February 8, 2026

Now Odisha

Now Odisha

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଜାଣନ୍ତୁ ଦେଶରେ କେଉଁ ଜିନିଷ ହେବ ଶସ୍ତା 

Spread the love

ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଆହୁରି ମଜବୁତ ହେବାର ସୂଚନା ମିଳିଛି । ଗତ ଶନିବାର ଦୁଇ ଦେଶ ମଧ୍ୟରେ ଏକ ଅନ୍ତର୍ବର୍ତ୍ତୀ ବା ମଧ୍ୟବର୍ତ୍ତିକାଳୀନ (Interim) ବ୍ୟାପାର ସମ୍ମତିର ଫ୍ରେମ୍‌ୱାର୍କ ଉପରେ ସହମତି ହୋଇଛି । ଏହି ଚୁକ୍ତି ଅନୁଯାୟୀ, ଆମେରିକାରୁ ଭାରତ ଆସୁଥିବା ଅନେକ ଖାଦ୍ୟସାମଗ୍ରୀ ଓ କୃଷି ଉତ୍ପାଦ ଉପରେ ଲାଗୁଥିବା ଟାରିଫ୍ କମାଇବ କିମ୍ବା ସମ୍ପୂର୍ଣ୍ଣ ହଟାଇବ ।ଏହାର ଫଳରେ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଅନେକ ଆମେରିକୀୟ ଇମ୍ପୋର୍ଟ ସାମଗ୍ରୀ ଶସ୍ତା ହେବାର ଆଶା ରହିଛି ।

ଡ୍ରାଇଡ୍ ଡିଷ୍ଟିଲର୍ସ ଶସ୍ୟ (DDG), ପଶୁ ଖାଦ୍ୟ ପାଇଁ ଲାଲ ସୋର୍ଘମ୍ ବା ଜ୍ୱାର, ଟ୍ରି ନଟ୍ସ, ତାଜା ଓ ପ୍ରୋସେସ୍ଡ ଫଳ, ସୋୟାବିନ୍ ତେଲ, ପ୍ୟାକେଜ୍ ହୋଇଥିବା ଖାଦ୍ୟ, ବିଭିନ୍ନ ଡାଲି ଏବଂ ମଦ ଏବଂ ସ୍ପିରିଟ୍ ସାମିଲ୍ । ଏହା ବ୍ୟତୀତ, ଲାପଟପ୍, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଏବଂ ଉପକରଣଗୁଡ଼ିକର ମୂଲ୍ୟ ମଧ୍ୟ ହ୍ରାସ ପାଇବାର ଆଶା କରାଯାଉଛି । ଏହି ଶୁଳ୍କ ପରିବର୍ତ୍ତନଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାରେ ଉଲ୍ଲେଖିତ ପାରସ୍ପରିକ ପ୍ରତିଶ୍ରୁତିର ଏକ ଅଂଶ, ଯାହାର ଲକ୍ଷ୍ୟ ବାଣିଜ୍ୟ ଉତ୍ତେଜନା ହ୍ରାସ କରିବା ଏବଂ ଉଭୟ ପକ୍ଷର ବଜାର ପ୍ରବେଶକୁ ଉନ୍ନତ କରିବା ।

ଦୁଇ ଦେଶ ଦ୍ୱାରା ଜାରି ଯୁଗ୍ମ ବିବୃତିରେ କୁହାଯାଇଛି ଯେ, ‘ଆମେରିକା ଓ ଭାରତ ସମାନତା ଓ ପାରସ୍ପରିକ ଲାଭ ଆଧାରିତ ବ୍ୟାପାର ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାର ଫ୍ରେମ୍‌ୱାର୍କ ଉପରେ ସହମତ ହୋଇଛନ୍ତି ।’

ଏହି ଚୁକ୍ତି ଅନୁଯାୟୀ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ପୂର୍ବରୁ ଲାଗୁ ହୋଇଥିବା ୫୦% ଟାରିଫ୍ କମେଇ ୧୮% କରିଦେବ । ଏହି ୫୦% ମଧ୍ୟରୁ ୨୫% ରୁଷିଆରୁ ତେଲ କ୍ରୟକୁ ନେଇ ପେନାଲ୍ଟି ଭାବେ ଲାଗୁ କରାଯାଇଥିଲା ।

ଭାରତୀୟ ଏକ୍ସପୋର୍ଟର୍ମାନେ କେମିତି ଲାଭ ପାଇବେ?

ଟାରିଫ୍ କମିବା ପରେ ବିଶ୍ୱର ସବୁଠୁ ବଡ଼ କଞ୍ଜ୍ୟୁମର୍ ମାର୍କେଟ୍ ଆମେରିକାରେ ଭାରତୀୟ ପ୍ରଡକ୍ଟ ଆଉ ଅଧିକ ଲାଭ ହେବ । ଏହାର ଲାଭ ବୟନ ଏବଂ ପୋଷାକ, ଚମଡା ଓ ଫୁଟୱେୟାର୍, ପ୍ଲାଷ୍ଟିକ ଏବଂ ରବର ଉତ୍ପାଦ, ଜୈବିକ ରାସାୟନିକ ପଦାର୍ଥ, ଜେନେରିକ୍ ଔଷଧ, ଗୃହ ସାଜସଜ୍ଜା ଏବଂ ହସ୍ତଶିଳ୍ପ, ହସ୍ତଶିଳ୍ପ ସାମଗ୍ରୀ ଏବଂ ଜେମ୍ସ ଓ ଜ୍ୱେଲେରୀ ସେକ୍ଟର ସହିତ ଜଡିତ । ଯାହା ଭାରତୀୟ ଏକ୍ସପୋର୍ଟର୍ମାନଙ୍କୁ ସିଧାସଳଖ ଭାବେ ମିଳିପାରିବ ।

error: Content is protected !!