ଜୟ ମା’ ମହାଲକ୍ଷ୍ମୀ


ଆମ ଦେଶର କେତେକ ପୁରୁଣା ସମୟରେ ପ୍ରଚଳିତ ମୁଦ୍ରା ବିଷୟରେ ଆଲୋଚନା କରିବା l ମୁଦ୍ରା ଗୁଡିକୁ ମା’ ଧନଲକ୍ଷ୍ମୀଙ୍କର ସ୍ୱରୂପ ହିସାବରେ ଗଣନା କରାଯାଇଥାଏ l

ଚିତ୍ର (1)ସ୍ୱାଧୀନତା ପୂର୍ବରୁ ପ୍ରଚଳିତ ଏକ ପଇସିଆ ତମ୍ବା ପଇସା l ଏହାକୁ କଣା ପଇସା ବା ଫୋଡ଼ ପଇସା କହନ୍ତି l ଛୋଟ ପିଲାମାନେ ଏହାକୁ ସୂତାରେ ବାନ୍ଧି ହାତରେ ବାନ୍ଧନ୍ତି ଓ ବେକରେ ଝୁଲନ୍ତି l ସେତେବେଳେ ଗ୍ରାମ୍ୟ ଚଳଣି ସେମିତି ଥିଲା ଯାହା ଆଜିକାଲି ପିଲାମାନେ ବିଶ୍ୱାସ କରି ପାରିବେନି l

ଚିତ୍ର (2)ପିତଳ କୋଡିଏ ପଇସା l ଏହାର ଧାତବ ଗୁଣ ଏତେ ଉତ୍ତମ ଯେ, ଗାଁ ଗହଳିରେ ଏହି ମୁଦ୍ରାକୁ ତରଳେଇ ସେଥିରେ ହାତମୁଦି ତିଆରି କରୁଥିଲେ l

ଚିତ୍ର (3)ରାମ ଲକ୍ଷ୍ମଣ ସୀତା ହନୁମାନ ତମ୍ବା ପଇସା l ଏହାକୁ ଠାକୁର ଖଟୁଳିରେ ରଖି ପୂଜା କରାଯାଏ l

ଚିତ୍ର (4)ରାମ ଅଭିଷେକ ରୂପା ଟଙ୍କା l ଏହାକୁ ମଧ୍ୟ ଠାକୁର ଖଟୁଲିରେ ରଖି ପୂଜା କରାଯାଏ lଜୟ ମା’ ମହାଲକ୍ଷ୍ମୀ lଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!