ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର


ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର । ଜଗନ୍ନାଥଙ୍କ ମାମୁଁ ଘର ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢୁଆଁ ଅଷ୍ଟମୀ ଭାର ୪ ତାରିଖରେ ପଠାଯିବ । ଏନେଇ ମାଧବାନନ୍ଦଜୀଉ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ୪ତାରିଖ ସକାଳୁ ପୋଢୁଆଁ ଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହେବାସହ ଘଣ୍ଟୁଆ ଶୋଭାଯାତ୍ରାରେ ସାମିଲ ହେବେ । ୨୦ଜଣ ବେହେରା ସେବକ ଭାରଧରି ଶ୍ରୀକ୍ଷେତ୍ର ଯାତ୍ରା କରିବେ । ମାଧବର ଛତିଶା ନିଯୋଗ, ପ୍ରାଚୀକ୍ଷେତ୍ର ଅଞ୍ଚଳର ବହୁ ସାଧୁସନ୍ଥ, ଭକ୍ତ ଓ ଜଗନ୍ନାଥ ପ୍ରେମୀ ମାନେ ଏଥିରେ ସାମିଲ ହେବେ । ଏଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପାଇଁ ପାଟବସ୍ତ୍ର ସମେତ ଭାର ଆକାରରେ ଅରୁଆ ଚାଉଳ, ବିରି, ନଡ଼ିଆ, ଗୁଡ଼, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, କର୍ପୂର, ପାନ, ଗୁଆ ଓ ବିଭିନ୍ନ ଫଳମୂଳ ଭାର ପଠାଯିବା ନେଇ ବ୍ୟବସ୍ଥା ରହିଛି ।


error: Content is protected !!