ସବ ଇନ୍ସପେକ୍ଟର ମନୋରଞ୍ଜନ ମିଶ୍ର ହତ୍ୟାକାଣ୍ଡ ଘଟଣାର ଫେରାର ଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡାକୁ କାବୁ କରିଛି ପୁଲିସ


ଶେରଗଡ଼ ଫାଣ୍ଡି ଅଧିକାରୀ ତଥା ସବ ଇନ୍ସପେକ୍ଟର ମନୋରଞ୍ଜନ ମିଶ୍ର ହତ୍ୟାକାଣ୍ଡ ଘଟଣାର ଫେରାର ଥିବା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ସମୀର ପଣ୍ଡାକୁ କାବୁ କରିଛି ପୁଲିସ । ବ୍ରହ୍ମପୁର ପୁଲିସ ଏହି ଚଢ଼ାଉ କରି ଅଭିଯୁକ୍ତ ସମୀର ପଣ୍ଡାକୁ କାବୁ କରି ଗଞ୍ଜାମ ପୁଲିସକୁ ହସ୍ତାନ୍ତର କରିଥିବା ସୂଚନା । ସମୀର ମିଶ୍ର ଗତ ୩୦ ତାରିଖରୁ ଏହି ପୂଜା ଲଜରେ ରହିଥିବା ଲଜ ସୂତ୍ରରୁ ଜଣାପଡ଼ିଛି । କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ପୁଲିସ ଅଭିଯୁକ୍ତ ସମୀର ପଣ୍ଡାକୁ କାବୁ କରିଥିଲା । ଦିର୍ଘଦିନ ଧରି ସେ ଫେରାର ଥିଲେ । ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଏହି ଛଢାଉ କରିଥିବା ସୂଚନା ।


error: Content is protected !!