ରାଜସ୍ଥାନ,ମଧ୍ୟପ୍ରଦେଶ,ଛତିଶଗଡ଼ର ନିର୍ବାଚନରେ ସକ୍ରିୟ


ଆଜି ଯେଉଁଭଳି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯାଇଛି ଏହା ନିଶ୍ଚିତ ଭାବରେ ଏକ ଐତିହାସିକ ଏବଂ ଅଭୂତପୂର୍ବ ଘଟଣା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ଏକ ଫଳାଫଳ ଆମ କାର୍ଯ୍ୟକର୍ତ୍ତା ଏବଂ ଜନସାଧାରଣଙ୍କ ମନରେ ଏକ ଅସ୍ଵସ୍ଥି ସୃଷ୍ଟି କରିଛି । ଯଶଶ୍ୱୀ ପ୍ରଧାନମନ୍ତ୍ରୀ Narendra Modi ଜୀ , ରାଷ୍ଟ୍ରୀୟ ସଭାପତି J.P.Nadda ଜୀ ଏବଂ ଗୃହମନ୍ତ୍ରୀ ଶ୍ରୀଯୁକ୍ତ Amit Shah ଜୀ ଏବଂ ସମ୍ପୂର୍ଣ୍ଣ ଟିମ୍ ର ଯେଉଁ କାର୍ଯ୍ୟକର୍ତ୍ତାମାନେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ର ନିର୍ବାଚନରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ ଏବଂ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରୁଥିଲେ, ଆମ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଆମ କାର୍ଯ୍ୟକର୍ତ୍ତା ମାନେ ଯାଇ ଯେଉଁ ଅଖଣ୍ଡ ପରିଶ୍ରମ କରିଥିଲେ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଓ ଧନ୍ୟବାଦ୍ ଜଣାଉଛି । ଏହି ନିର୍ବାଚନ ଫଳାଫଳ ନିଶ୍ଚିତ ଭାବରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ଏବଂ ଓଡ଼ିଶାର ଜନସାଧାରଣଙ୍କ ବିଜେପି ପ୍ରତି ଥିବା ଆସ୍ଥା ଓ ସମର୍ଥନ ତାହା ଆଗାମୀ ନିର୍ବାଚନରେ ସଫଳ ରୂପେ ପ୍ରତିଫଳିତ ହେବ।


error: Content is protected !!