February 12, 2026

Now Odisha

Now Odisha

ମାହାଙ୍ଗା ମହିଳା ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ.

Spread the love

ମାହାଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀସାହି ସ୍ଥିତ ମାହାଙ୍ଗା ମହିଳା ମହାବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଭିତିଭୂମି ବିକାଶ ଅନୁଦାନ ରାଶିରେ ନୂତନ ଶ୍ରେଣୀ ଗୃହର ଶୁଭ ଶିଳାନ୍ୟାସ ବିଧାୟକ ଶାରଦା ପ୍ରସାଦ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ମୂଲ୍ୟବାନ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ମହାବିଦ୍ୟାଳୟର ଭିତ୍ତି ଭୂମି ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l
ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କଣ୍ଠ ଶିଳ୍ପୀ ଦେବେନ୍ଦ୍ର ନାଥ ବାରିକ ଯୋଗ ଦେଇଥିବା ବେଳେ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ରଞ୍ଜିତ କୁମାର ପ୍ରଧାନ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ସମ୍ବନ୍ଧରେ ଆଲୋକପାତ କରିଥିଲେ l ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଅଧ୍ୟାପିକା ଡ଼. ମନସ୍ବିନୀ କର କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା କବିତା ସାମନ୍ତରାୟ l
ପ୍ରଥମେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଯଥା ଡ଼. ରାମଚନ୍ଦ୍ର ସାହୁ,ପ୍ରତିଭା ରାୟ,ଉର୍ମିଳା ପାଣି ଓ ସୁଧାଂଶୁବାଳା ପଟ୍ଟନାୟକ ସମେତ ଅବସର ଗ୍ରହଣ କରିଥିବା କର୍ମ ଚାରି ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଚିନ୍ମୟୀ ରାଉତ ଙ୍କୁ ଶ୍ରେଷ୍ଠ ଛାତ୍ରୀ ଓ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଫର୍ଯାନା ଅଞ୍ଜୁମ ଙ୍କୁ ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ମାନପତ୍ର, ପୁଷ୍ପଗୁଚ୍ଛ,ଉତ୍ତରିୟ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା ।
ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ମାନଙ୍କୁ ମାନପତ୍ର, ଟ୍ରଫି ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା l ଏହି ଉତ୍ସବ ପରିଚାଳନାରେ ସ୍ଵର୍ଣ୍ଣ ପ୍ରଭା ସାହୁ, ଡ଼. ପୁଷ୍ପାଞ୍ଜଳି ଶତପଥୀ,କବିତା ମହାନ୍ତି,ଗୀତାଞ୍ଜଳି ନାୟକ,ଇତିଶ୍ରୀ ସାମଲ,ଜୟଶ୍ରୀ ଖୁଣ୍ଟିଆ,ମମତା ନାୟକ, ବନିତା ବରାଳ, ତାଞ୍ଜିମ୍ ତଲତ, ଫର୍ଜାନା ଅଞ୍ଜୁମ୍,ଚିନ୍ମୟୀ ରାଉତ,,ସୋନାଲି ପ୍ରିୟ ଦର୍ଷିନୀ,ମାମାଲି ମୋନାଲିସା ଦାଶ,ଭାଗ୍ୟଧର ଘଡେ଼ଇ,ଶରତ ବେହେରା,,ରାଜେନ୍ଦ୍ର ଠାକୁର,ସୁରେଶ ବାରିକ,ସୁବାସ ବେହେରା,ଦୀପକ ତ୍ରିପାଠୀ,ସତ୍ୟବ୍ରତ ଦାଶ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ସହ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l ଶେଷରେ ଅଧ୍ୟାପିକା ପ୍ରମିଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ l
ଉତ୍ସବରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ, ନୃତ୍ୟ ଓ ଏକକ ଅଭିନୟ ଇତ୍ୟାଦି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

error: Content is protected !!