ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟା ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ରଙ୍କ ପଦ୍ମପୁର ବ୍ଲକ ଗସ୍ତ


ରାୟଗଡ଼:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ରାଜ୍ୟ ଉପଦେଷ୍ଟା ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର ରାୟଗଡ ଜିଲ୍ଲା ପଦ୍ମପୁର ବ୍ଲକ ଗସ୍ତ କରିଥିଲେ । ପ୍ରଥମେ ତେମ୍ବାଗୁଡା ଗ୍ରାମ ପଞ୍ଚାୟତ ଠାରେ ମିଶନ ଶକ୍ତି ବିଭାଗ ତରଫରୁ ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହାପରେ ସ୍ଥାନୀୟ ପଂଚାୟତ ସ୍ତରୀୟ ମିଶନ ଶକ୍ତି ଗୃହରେ ସଂଜୀବନି ଉତ୍ପାଦକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ହେଉଥିବା ଫିନାଇଲ, ନିମାଇଲ, ପରିଦର୍ଶନ କରିବା ସହ ଏହି ସାମଗ୍ରୀ ର ବିକ୍ରୟ ବିଷୟରେ ସଂଘ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଆଖୁସିଙ୍ଗ ଗ୍ରାମ ପଞ୍ଚାୟତ ଠାରେ ଶ୍ରୀ ସାଇ ଉତ୍ପାଦକ ଗୋଷ୍ଠି ଦ୍ୱାରା ପ୍ରସ୍ତୁତ ଅଗରବତୀ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ସହ ଆଖୁସିଙ୍ଗ ପଞ୍ଚାୟତ ସ୍ତରୀୟ ମହାସଂଘ ସହ ଆଲୋଚନା କରିଥିଲେ । ଏହାପରେ ପଦ୍ମପୁର ର ସ୍ୱୟଂସିଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ସିଲେଇ କେନ୍ଦ୍ର ଇତ୍ୟାଦି ବୁଲି ଦେଖିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଉନ୍ନତି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀ ମାନଙ୍କୁ କହିଥିଲେ । ଏବଂ ଶେଷରେ ବ୍ଲକ ସଦଭାବନା ଗୃହରେ ବ୍ଲକ ଏବଂ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ, ଓ ଗୋଷ୍ଠୀ ସହାୟିକା ମାନଙ୍କ ସହ ଆଲୋଚନା କରି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଆର୍ଥିକ ଏବଂ ସାମାଜିକ ଦିଗରେ ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ନରେନ୍ଦ୍ର କୁମାର ନାୟକ, ଗୋଷ୍ଟି ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ପ୍ରମିଳା ବେହେରା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ, ମିଶନ ଶକ୍ତି ବ୍ଲକ ସଂଯୋଜକ ସୁନିଲ ମିଶ୍ର, ବ୍ଲକ ପ୍ରକଳ୍ପ ପରିଚାଳକ ମୋନଜ ଗମାଙ୍ଗ, ବ୍ଲକ ସ୍ତରୀୟ ମହାସଂଘ ସଭାନେତ୍ରୀ ମମତା ପାଣିଗ୍ରାହୀ, ସମ୍ପାଦିକା ଡି. ତାରା, ବ୍ଲକ ପ୍ରକଳ୍ପ ସହାୟିକା ଜସ୍ମିତା ଗମାଙ୍ଗ, ଆଇ. ସି. ଡି. ଏସ. ର ସମସ୍ତ ମହିଳା ପରିଦର୍ଶିକା, ସମସ୍ତ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ ର ସଭାନେତ୍ରୀ ଏବଂ ସମ୍ପାଦିକା, ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରୀୟ ମହାସଂଘ ର କାର୍ଯ୍ୟକାରୀ ସଦସ୍ୟା, ସମସ୍ତ ଗୋଷ୍ଟି ସହାୟିକା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ ।


error: Content is protected !!