ଭାରତ ବାହାରେ ଭାରତୀୟ ସଂସ୍କୃତି


ଏହି ଗରୁଡ଼ ବାହନ ବିଷ୍ଣୁ ସ୍ଥାପତ୍ୟଟି ଇଣ୍ଡୋନେସିଆର ବାଲି ଦ୍ବୀପରେ ନିର୍ମିତ l ଏହା ତମ୍ବା ଓ ପିତଳ ଧାତୁରେ ତିଆରି l ଖ୍ରୀ 1993 ରେ ନିର୍ମାଣ ଆରମ୍ଭ ହୋଇ 2018 ରେ ଶେଷ ହେଲା l ଏହା 400 ଫୁଟ ଉଚ୍ଚ, ଓ 217 ଫୁଟ ଓସାର l ଯଦିଓ ଏଠାରେ ଅନ୍ୟ ଧର୍ମାବଲମ୍ବୀ ମାନେ ବାସ କରୁଛନ୍ତି, ତଥାପି ଏଠାରେ ହିନ୍ଦୁ ଧର୍ମର ଆଦୃତି ରହିଛି lବହୁତ ଲୋକ ଘରେ ଗରୁଡ଼ ବାହନ ବିଷ୍ଣୁ ମୂର୍ତ୍ତି ରଖି ପୂଜା କରିଥାନ୍ତି l ଏପରିକି ଧାନକ୍ଷେତରେ ଛୋଟ ଛୋଟ ଲକ୍ଷ୍ମୀ ସ୍ତମ୍ବ ସ୍ଥାପନ କରି ପୂଜା କରନ୍ତି l ଆମ ମାଣବସା ଗୁରୁବାର ସମୟରେ ସେହିପରି ପୂଜା ସେଠାରେ ମଧ୍ୟ ହୋଇଥାଏ l ଜୟ ଶ୍ରୀ ଗରୁଡ଼ ବାହନ ବିଷ୍ଣୁ


error: Content is protected !!