ଅସୁରକ୍ଷିତ ହୋଇପଡ଼ିଛି ପ୍ରାଚୀ ନଦୀ


ଅସୁରକ୍ଷିତ ହୋଇପଡ଼ିଛି ପ୍ରାଚୀ ନଦୀ । ପ୍ରାଚୀ ନଦୀ ଧୀରେ ଧୀରେ କ୍ଷୟ ହେବାକୁ ଲାଗୁଥିବା ବେଳେ ନଦୀର ପଠାକୁ କିଛି ଅସାଧୁ ଲୋକେ ଆକବର କରିବାକୁ ଲାଗିଲେଣି । ନିଆଳି ଅଞ୍ଚଳରେ କିଛି ସ୍ଥାନରେ ନଦୀ ବନ୍ଧକୁ ତାଡି ଲୋକେ ମାଟି ନେଉଥିବା ବେଳେ କିଛି ସ୍ଥାନରେ ନିଜ ଜାଗାକୁ ଲାଗିରହିଥିବା ନଦୀ ବନ୍ଦକୁ ପୋତି ନିଜର ବ୍ୟବସାୟ କରୁଛନ୍ତି । ସେହିଭଳି ପ୍ରାଚୀ ନଦୀକୁ ଅଧା ପୋତି ସାରିଲେଣି ହୋଟେଲ କତୃପକ୍ଷ । ଜଲ୍ଲାରପୁରୁ ସ୍ଥିତ ଏକ ଫ୍ୟାମିଲ ହୋଟେଲ ପ୍ରାଚୀ ନଦୀକୁ ଲାଗି ରହିଥିବା ବେଳେ ନିଜର ସୁବିଧା ପାଇଁ ନଦୀର ପଠା ପୋତିବା ସହ ପାଖାପାଖି ନଦୀର ଅଧା ଭାଗ ପୋତି ହୋଟେଲ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି । ନିଆଳି ଠାରୁ ଏହା ପ୍ରାୟ ୨ କିଲୋମିଟର ହୋଇଥିବା ବେଳେ କିଭଳି ବିହାଗୀୟ ଅଧିକାରୀଙ୍କ ନଜର ପଡୁନି ତାହା ସ୍ଥାନୀୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


error: Content is protected !!