ପ୍ରେସ ରିଲିଜ


ଭୁବନେଶ୍ୱର ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ SIP(Summer Internship Program Contest) କାର୍ଯ୍ୟକ୍ରମ Prabandhostav ୨୦୨୩ ଅନୁଷ୍ଠିତ ହୋଇଯାଇଛି, ଏ ହି ପ୍ରୋଗ୍ରାମ ରେ ପଚାଶ ରୁ ଅଧିକ ମ୍ୟାନେଜମେଣ୍ଟ କଲେଜ ଅଂଶଗ୍ରହଣ କରି ଥିଲେ । ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀଯୁକ୍ତ ଶିବାଶିଷ ଷଡ଼ଙ୍ଗୀ ,ମାନବ ସମ୍ବଳ ମୁଖ୍ୟ ଆଦିତ୍ୟ ବିର୍ଲା ଲାଇଫ , ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିସହିତ ଡକ୍ଟର ଆଦିତ୍ୟ ଦାସ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ସେକ୍ରେଟାରୀ ଶ୍ରୀ ରାଜର୍ଷି ଜ୍ଞାନଦର୍ଶୀ ବି ଉପସ୍ଥିତ ଥିଲେ। ଡାଇରେକ୍ଟର ପ୍ରଫେସର ଡକ୍ଟର ତ୍ରିଲୋଚନ ନାୟକ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ରେ ରିସର୍ଚ୍ଚ ର ଭୂମିକା ଅତି ଗୁରୁତ୍ୟପୂର୍ଣ୍ଣ ବୋଲି ଛାତ୍ର ମାନଙ୍କୁ ତାଙ୍କ ସ୍ବାଗତ ଭାଷଣ ରେ କହିଥିଲେ । ମୂଖ୍ୟ ଅତିଥି ଛାତ୍ରମାନଙ୍କୁ କିଛି ନୂଆ ଗବେଷଣା କରିବାକୁ ଉତ୍ସାହିତ କରିଥିଲେ। ସମ୍ମାନୀୟ ଅତିଥି ସମାଜ ବିକାଶରେ ରିସର୍ଚ୍ଚ ର ଭୂମିକା ଉପରେ ଆଲୋକପାତ କରାଇଥିଲେ।Amity University ର ଅମିତ ପ୍ରସାଦ ସାହୁ 1st prize ଦଶ ହଜାର ରାଶି , KIIT University ଛାତ୍ର ସତ୍ୟ ପଟ୍ଟନାୟକ 2nd prize ପାଞ୍ଚ ହଜାର, CIME college ର ପ୍ରୀତି ବନ୍ୟା ଙ୍କୁ 3 rd prize ଦୁଇ ହଜାର ରାଶି ପ୍ରଦାନ କରା ଯାଇଥିଲା lକାର୍ଯ୍ୟକ୍ରମକୁ ପ୍ରଫେସର ଅମିତା ପଣ୍ଡା ସଂଯୋଜନା କରିଥିଲେ l ପ୍ରଫେସର ରୋସନି ଦାସ , ପ୍ରଫେସର କୈବଲ୍ୟ ମହାନ୍ତି ଓ ଆଶିୱିନି ରାଉତ ପରିଚାଳନା କରିଥିଲେ । ଶେଷରେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ ।


error: Content is protected !!