ସୋର: ବାଲେଶ୍ବର ଜିଲ୍ଲା ଅନନ୍ତପୁର ଥାନା ବାଳଙ୍ଗ ଗ୍ରାମରେ ଗତକାଲି ରାତିରେ ପୁଅ ମୁଣ୍ଡରେ ବନ୍ଧୁକ ଲଗାଇଦୁର୍ବୃତ୍ତମାନେ ନଗଦ ଟଙ୍କା ସମେତ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟିନେଇଥିବା ଜଣାପଡିଛି।ସୂଚନା ଅନୁସାରେ,ଏହି ଗ୍ରାମର ସୁଶ୍ରୀ ସଂଗୀତା ପଲେଇଙ୍କ ଘରେ ଗତକାଲି ରାତିରେ ୫ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ହଠାତ ପଶିଥିଲେ। ପରେ ଘରେ ଥିବା ତାଙ୍କ ୮ ବର୍ଷର ପୁଅ ସୁଶାନ୍ତ ମୁଣ୍ଡରେ ବନ୍ଧୁକ ରଖି ଭୟଭୀତ କରିବା ସହ ସୁଶ୍ରୀ ଓ ତାଙ୍କ ବାପାଙ୍କୁ ବାନ୍ଧି ଘର ଗଡ଼ରେଜରେ ଥିବା ନଗଦ ୫୦ ହଜାର ଟଙ୍କା ଓ ୨ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ସୁଶ୍ରୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ଏଯାବତ୍ ପୁଲିସ୍ ଦୁର୍ବୃତ୍ତମାନଙ୍କ ଟେର୍ ପାଇନି।
