ଲାଞ୍ଜିଗଡ,୨୪/୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସର ଠାରେ ଲାଞ୍ଜିଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ତତ୍ତ୍ୱାବଧାନ ତଥା ୧୩ ଗୋଟି କ୍ଲଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କ ମିଳିତ ସହଯୋଗରେ ହୋଇଥିବା ଦ୍ୱିଦିବସିୟ କ୍ରିକେଟ୍ ମ୍ୟାଚ୍ ଉଦଯାପିତ ହୋଇଯାଇଛି।ଏହି ଦ୍ୱିଦିବସିୟ ଆଜିର ଫାଇନାଲ ମ୍ୟାଚ୍ ଗୋବର୍ଦ୍ଧନପୁର କ୍ଲଷ୍ଟର ଓ ବିଶ୍ୱନାଥପୁର କ୍ଲଷ୍ଟର ମଧ୍ୟରେ ହୋଇଥିଲା।ଗୋବର୍ଦ୍ଧନପୁର ପ୍ରଥମେ ଟସ ଜିତି ୮ ଓଭର ୧ ଉଇକେଟ ବିନିମୟରେ ୧୫୯ ରନ କରିଥିବା ବେଳେ ଜବାବରେ ବିଶ୍ୱନାଥପୁର ୮ ଓଭର ୮ଉଇକେଟ ବିନିମୟରେ ୮୨ ରନ କରି ପରାଜୟ ହୋଇଥିଲା।ଆଜିର ମ୍ୟାଚରେ ଶିକ୍ଷକ ମଧୁସୂଦନ ବାଗ ଓ ଚିନ୍ମୟ ସାହୁ ଖେଳ ପରିଚାଳନା କରିଥିବାବେଳେ ପ୍ରମୋଦ ଦାସ ଓ ସୌଭାଗ୍ୟ ରଞ୍ଜନ ସାହୁ ସ୍କୋର ବୋର୍ଡ ଓ ବରିଷ୍ଠ ଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା, ତ୍ରିନାଥ ଶ୍ୟାମକୁମାର ଏବଂ କୁମାର ଗୌରବ ପରିଡ଼ା ଧାରାବିବରଣୀରେ ସହଯୋଗ କରିଥିଲେ।ଉଦଯାପନୀ ଉତ୍ସରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ହୃଷୀକେଶ ନାଏକ,ସମ୍ମାନିତ ଅତିଥି ଭାବେ ସମାଜସେବୀ ତୁଳସୀ ମାଝୀ, ବରିଷ୍ଠ ଶିକ୍ଷକ ଈଶ୍ୱର ଚନ୍ଦ୍ର ବେହେରା,ସାମ୍ବାଦିକ କ୍ଷମାନିଧି ମହାଖୁଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ପ୍ରତିଯୋଗିତାରେ ବ୍ଳକର ୧୩ ଗୋଟି କ୍ଲଷ୍ଟରର ୧୩ ଗୋଟି ଦଳ ଓ ଅଫିସ ଦଳ ଅଂଶଗ୍ରହଣ କରିଥିଲେ।ଅତିଥିମାନେ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।ଖେଳ ପ୍ରତି ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଷିଆ ମେହେରଙ୍କ ନିଆରା ଦୂରଦୃଷ୍ଟି ସମ୍ପନ୍ନ ପ୍ରୟାସକୁ ସମସ୍ତ ଶିକ୍ଷକ ତଥା ଜନସାଧାରଣ ପ୍ରଶଂସା କରିଛନ୍ତି। ଏହି ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କ ମନରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
