ନବରଂଗପୁର ଜିଲ୍ଲା ଏବେ ନକଲି ଔଷଧ ଓ ନିଶା ଔଷଧ କାରାବାରର ପେଣ୍ଠସ୍ଥଳୀ ପାଲଟିଛି। ନକଲି ଔଷଧ ସହିତ ବିଭିନ୍ନ ପ୍ରକାରର ନିଶା ସାମଗ୍ରୀର କାରାବାର ବେଧଡ଼କ ଚାଲିଥିବା ବେଳେ ଡ୍ରଗ୍ସ କଣ୍ଟ୍ରୋଲର କିମ୍ବା ପୁଲିସ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ସହରର ବିଭିନ୍ନ ବସ୍ତି ଅଂଚଳର ନାବାଳକ ମାଳେ ବ୍ୟାପକ ଭାବେ କଫସିରପ୍, ସଲ୍ୟୁସନ, ଇରାଜେକ୍ସ ଆଦି ନିଶା ସହ ଔଷଧ ଦୋକାନ ଗୁଡିକରୁ ନିଶା ବଟିକା ବି କିଣି ଖାଉଥିଲେ।ଏବେ ନିଶାଡ଼ିଙ୍କ ନୂଆ ନିଶା ହୋମିଓପାଥିର ନେର୍ଭ ଟନିକ ନେରିଭଲପ୍ଲସ (୧୦୦ଏମଏଲ)କୁ ପିଉଥିବା ଦେଖିବାକୁ ମିଳିଛି। ରଙ୍ଗାମଟିଗୁଡ଼ା ସହ ସହରର କିଛି ବସ୍ତି ଅଂଚଳରେ ଏଭଳି ବୋତଲ ଦେଖିବାକୁ ମିଳିଛି।
ନବରଂଗପୁର ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଗୁଡ଼ିକରେ ଛତିଶଗଡ଼, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର ଅଂଚଳରୁ ବ୍ୟାପକ ଭାବେ ନକଲି ଔଷଧ ସହ ନିଶା ଔଷଧ ଆସୁଛି। ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟ ମାନେ ଏହା ଅସଲି ନା ନକଲି ଜାଣିବା ମୁସ୍କିଲ। ଔଷଧ ଦୋକାନୀ ଲାଭଖୋର ମନୋବୃଦ୍ଧି ନେଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। କିଛି ମୁନାଫାଖୋର ଔଷଧ ମାଫିଆ ଏହି ନକଲି ଔଷଧର ଜାଲ ବିଛାଇଥିବା ଜଣାପଡ଼ିଛି। ଔଷଧ ଦୋକାନ ଗୁଡ଼ିକ ଉପରେ ଡ୍ରଗ୍ସ, ଅବକାରୀ ଓ ପୁଲିସ ପକ୍ଷରୁ କେବେ ମଧ୍ୟ ଚଢ଼ଉ କରିବା ନଜିର ନାହିଁ।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା