କାହିଁକି ଜଟଣୀ ବିଧାୟକ ହେବେ ସନ୍ତୋଷ ଜେନା


କାହିଁକି ଜଟଣୀ ବିଧାୟକ ହେବେ ସନ୍ତୋଷ ଜେନା? ଜଟଣୀ ବିଧାୟକ ହେବା ପାଇଁ ସନ୍ତୋଷ ଜେନା ଯୋଗ୍ୟ ପ୍ରାର୍ଥୀ କାହିଁକି ? ଜଟଣୀ ବିଧାୟକ ସନ୍ତୋଷ ଜେନା ହେବା ପଛର ରହସ୍ୟ କଣ? ତେବେ କଥାଟି ହେଲା ସାରା ଓଡିଶାରେ ଚର୍ଚିତ ନିର୍ବାଚନ ମଣ୍ଡଳୀ ହେଉଛି ଜଟଣୀ ବିଧାନସଭା କ୍ଷେତ୍ର ଏଠାରେ ସବୁବେଳେ ବିଧାନସଭା ନିର୍ବାଚନ ସମୟରେ ଶେଷ ମୁହୂର୍ତ୍ତରେ ଦଳୀୟ ଟିକେଟ ଫାଇନାଲ ହୋଇଥାଏ।ଆଉ ଲଢେଇ ଜୋରଦାର ହେବା ସହ କ୍ଲୋଜ ଫାଇଟ ମଧ୍ୟ ହୋଇଥାଏ।ଜଟଣୀ ନିର୍ବାଚନ ମଣ୍ଡଳୀର ଭୋଟର ମଧ୍ୟ ଖୁବ ସଚେତନ ସେମାନେ ଦଳ ଅପେକ୍ଷା ଉଚିତ ପ୍ରାର୍ଥୀଙ୍କୁ ନିର୍ବାଚିତ କରିଥାନ୍ତି।ଯଦି ଆମେ ଗତ ସାଧାରଣ ନିର୍ବାଚନକୁ ଦେଖିବା ତେବେ ରାଜ୍ୟରେ ବିଜେଡି ସରକାର ଆସିଥିବା ବେଳେ ଜଟଣୀ ବିଧାନସଭା ସିଟ କଂଗ୍ରେସ ଦଖଲ କରିଥିଲା ଏବଂ ଭୁବନେଶ୍ୱର ଲୋକସଭା ସିଟ ବିଜେପି ଦଖଲ କରିଥିଲା ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଛି।ଜଟଣୀ ବିଧାନସଭା କ୍ଷେତ୍ର ଏବଂ ଜଟଣୀ ବିଧାନସଭା କ୍ଷେତ୍ରରୁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଜେପି ସାଂସଦଙ୍କୁ.. ବହୁତ ଅଧିକ ଭୋଟ ମଧ୍ୟ ମିଳିଥିଲା.. ତେବେ ମୋଟାମୋଟି କହିବାକୁ ଗଲେ.. ଜଟଣୀର ସଚେତନ ଭୋଟର ସବୁବେଳେ ଉଚିତ ପ୍ରାର୍ଥୀଙ୍କୁ ହିଁ ନିର୍ବାଚିତ କରିଥାନ୍ତି.. ଆସନ୍ତା ଦୁଇ ହଜାର ଚବିଶ ସାଧାରଣ ନିର୍ବାଚନରେ.. ଜଟଣୀରେ କିଏ କେଉଁ ଦଳରୁ ବିଧାୟକ ପ୍ରାର୍ଥୀ ହେବା କଥା..ଏଯାଏଁ ଘୋଷଣା କରି ନଥିବା ବେଳେ..ଡକ୍ଟର ସନ୍ତୋଷ ଜେନା କିନ୍ତୁ ନିର୍ବାଚନୀ ବିଗୁଲ ବଜାଇ ସାରିଲେଣି.. ସେ ଆଗରୁ କହୁଥିଲେ ଦଳୀୟ ଟିକେଟ ମିଳୁକି ନମିଳୁ.. ସେ ନିଶ୍ଚିତ ସ୍ୱାଧୀନ ଭାବେ ଜଟଣୀ ବିଧାୟକ ଭାବେ ଲଢ଼ିବେ ..କିନ୍ତୁ ଏବେ ତାଙ୍କ କହିବା କଥା ହେଲା..ତାଙ୍କୁ ଟିକେଟ ଦେବା ପାଇଁ ସବୁ ପ୍ରମୁଖ ଦଳ ତାଙ୍କ ସହ ଯୋଗାଯୋଗ କରୁଛନ୍ତି.. ତେବେ ଡକ୍ଟର ସନ୍ତୋଷ ଜେନା ଡିସେମ୍ବର ଦଶ ତାରିଖ ରବିବାର ଦିନ.. ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଲ୍ଲିପୁର ପଞ୍ଚାୟତ ଅଧୀନ.. ବିଂକୁଡ଼ିଆ ଗ୍ରାମ ସ୍ଥିତ ଭଗବତୀ ମନ୍ଦିର ନିକଟରେ.. ତାଙ୍କର ଏକ ହଜାରରୁ ଅଧିକ କର୍ମକର୍ତ୍ତାଙ୍କୁ ଧରି.. ଏକ ବୁଥ ପ୍ରଶିକ୍ଷଣ ଶିବିର କରିଥିଲେ..ତେବେ ଆସନ୍ତୁ ଦେଖିବା ଏ ବାବଦରେ ଆମ ଜଟଣୀ ପ୍ରତିନିଧି ପ୍ରଦୀପ୍ତ କୁମାର ମାର୍ଥାଙ୍କ ସ୍ୱତନ୍ତ୍ର ଉପସ୍ଥାପନା…


error: Content is protected !!