ଖସୁଛି ପାରଦ: ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ


ଭୁବନେଶ୍ବର: ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ଛାଡ଼ିଯାଇଛି। ଧୀରେ ଧୀରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗ‌ରୁ ସୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗକୁ ଆହୁରି କମିବ। ୧୪ ତାରିଖ ବେଳକୁ ଫୁଲବାଣୀ, କୋରାପୁଟ ପରି ସହରରେ ରାତିର ତାପମାତ୍ରା ୯ ଡିଗ୍ରି ଏବଂ ରାଜ୍ୟର ଅର୍ଧାଧିକ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଗତକାଲି ରାତିରେ କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୩ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ ୧୧.୫, ଦାରିଙ୍ଗବାଡ଼ିରେ ୧୨.୫, ରାଉରକେଲାରେ ୧୩.୩, ଝାରସୁଗୁଡ଼ାରେ ୧୩.୨, ବାରିପଦାରେ ୧୪.୨, ଫୁଲବାଣୀରେ ୧୪ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୭ ଦିନ ଯ‌ାଏ ଓଡ଼ିଶା ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତିର ତାପମାତ୍ରା ୨ରୁ ୪ ଡିଗ୍ରି କମିବା ସହ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।


error: Content is protected !!