ସମୟର ଖେଳ


ଅପ୍ରିୟ କଥା !ସମୟର ଖେଳ ..ଫଟୋ ବି କଥା କହେ ..(ଆଜିର ସକାଳର ସତ୍ୟ ଘଟଣା ଉପରେ କବିତାଟି ।ଶୁଣିଲେ ନିଶ୍ଚେ ଆପଣଙ୍କ ଆଖି ଓଦା ହୋଇଯିବ।ଲୁହକୁ ଅଟକେଇ ପାରିବେନି ଯଦି ଟିକିଏ ବି ମାନବିକତା ହୃଦୟରେ ଜାଗି ଥିବ !ଧନୀ ପଇସା ଥିବା ବ୍ୟକ୍ତିଙ୍କୁ କୁହ ଯାଏନି ।ଧନୀ କମଲେଶ ପରି ସ୍ଵାଭିମାନୀ ବ୍ୟକ୍ତିଙ୍କୁ କୁହାଯାଏ ।)ସୋସିଆଲ ମିଡିଆରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ କବିତା ଲେଖିଛି ।ପ୍ରତିଦିନ ଯେ କୌଣସି ପରିସ୍ଥିତିରେ ଥିଲେ ବି ପ୍ରାଥମିକତା ଦିଏ ଦିି ପଦ ଗାରେଇ ଦେବା ପାଇଁ ।ଭଗବାନଙ୍କ କୃପାରୁ ସମୟ ବାହାର କରି ତୁରନ୍ତ ଲେଖିଦିଏ ।ବେଳେ ବେଳେ ଘରୁ ବି କଟାକ୍ଷ ଶୁଣିବାକୁ ମିଳେ । ମୁଁ ଏ କାନରେ ପୁରେଇ ସେ କାନରେ ବାହାର କରିଦିଏ ।ଧର୍ମପତ୍ନୀଙ୍କ ଠାରୁ ଶୁଣିବା ନୂଆ କଥା ନୁହେଁ । ଯଦି ଶୁଣିବେ କଲମ ଚଲେଇ ପାରିବେନି ।ପ୍ରାୟ କବି/ଲେଖକଙ୍କ ଏଇ ଅବସ୍ଥା।ମୁଁ ଖୋଲି କହିଦେଲି ,ବାକି କିଏ ଛାତିରେ ଚାପି ରଖି ଭିତରେ ଭିତରେ କୁହୁଳି କୁହୁଳି ପାଉଁଶ ହୋଇଯାଏ ।ଅଗ୍ନି ଆଲୋକ ରୂପ ନେବାରୁ ବଞ୍ଚିତ ହୁଏ ।ଦୋକାନକୁ କ୍ଷୀର କିମ୍ବା ପରିବା ପାଇଁ ଯାଇଥିଲେ ବି ରାସ୍ତାରେ ଠିଆ ହୋଇ କବିତା ଲେଖା ଆରମ୍ଭ କରିଦିଏ ।ସଦ୍ୟ ଘଟଣା ଏବେ ମନେ ପଡ଼ିଛି ନାଲେଖିଲେ ପରେ ଭୁଲି ଯିବାର ଭୟ ।ଅବଶ୍ୟ ଘରବାଲାଙ୍କ ଯୁକ୍ତି ଠିକ୍ ।କବିତା ଉପରେ ଯେତିକି ଧ୍ୟାନ ଘର କାମରେ ବି ସେତିକି ଧ୍ୟାନ ଦିଅ ବୋଲି ବାରମ୍ବାର କୁହାଯାଏ ।ବେଳେ ବେଳେ ରାତିରେ ଚୂଡା ଖାଇ ଶୋଇବାକୁ ପଡେ ।କାରଣ ଭୁଲ ମୋର । ପରିବା ପାଇଁ ଯାଇଥିବି ।ଆସିଲେ ରୋଷେଇ ହେବ ।ପାଣି ଗରମ,କିନ୍ତୁ ମନେ ନଥିବ ପରିବା ଆଣିବା ପାଇଁ।ରାତି ୧୧ ରେ କୋଉ ପରିବା ବାଲା ଦୋକାନ ଖୋଲି ଥିବ ?ପରିବା ଜାଗା ଖାଲି ।ଘରଣୀ ବା କରିବ କଣ ? ପୁଅ କିନ୍ତୁ ୟା ଭିତରେ ମଜା ନିଏ ।ତଥାପି ମୁଁ ମୋର ଧର୍ମପତ୍ନୀ ଓ ପୁଅକୁ ସବୁ ଶ୍ରେୟ ଦେବାକୁ କୁଣ୍ଠାବୋଧ କରେନି ।କାରଣ ମୋ ପରି ଭୋଲାଳିଆ ବ୍ୟକ୍ତିକୁ ସାରା ଜୀବନ ସହୁ ଥିବାରୁ ।ଆଗକୁ ସହିବାକୁ ପଡ଼ିବ ବୋଲି ବି ସତର୍କ କରେଇ ଦିଏ କଥାର ମଜାରେ ମଜାରେ।ଛାଡ଼ନ୍ତୁ ସେ ସବୁ ।ମନକୁ ହାଲକା କରିବା ପାଇଁ ଏ ପ୍ରବଚନ ଥିଲା ।ଆସନ୍ତୁ ବୁଝିବା ଅସଲ କଥାକୁ ।ଆଜିର ସକାଳ ! ସମୟ ପ୍ରାୟ ୯ ।ସ୍ନାନ ପରେ ଚେୟାର ନେଇ ଘର ସାମ୍ନାରେ ଖରାରେ ବସିଥିଲି ।ହଠାତ୍ ନଜର ପଡିଲା ପଡୋଶୀ ଘରର ଘର କାମ ଉପରେ ।ଦିନ ମଜୁରିଆ ଉପରେ ।ନାଇଁ ଆଜ୍ଞା ଦିନ ମଜୁରିଆ କହି କାହାର ସ୍ୱାଭିମାନ ଉପରେ ପ୍ରହାର କରିବା ଠିକ୍ ନୁହେଁ ।ଇଂଜିନିୟର କମଲେଶ ଯାଦବ ଉପରେ ।ଘର ବନାରସ ।Diploma Degree ପରେ ଏକଦା ମିରଟରୁ UPTECH ରୁ B. TECH କରୁଥିବା ଦ୍ୱିତୀୟ ବର୍ଷର ଛାତ୍ର ଥିଲା।ସମୟ ପାଠରେ ଡୋରୀ ବାନ୍ଧିଦେଲା ।ସଞ୍ଜନା ଭାଉଜ ମୋତେ ଡାକି କହିଲେ ସାର୍ ପିଲାଟି B. Tech କରିଛି ।କଥା ହୁଅନ୍ତୁ ।ମୁଁ କଥା ହେଲି ।ହିନ୍ଦୀ ଓ English ଉଭୟ ଭାଷାରେ ମୋ ସହିତ ଏତେ ସୁନ୍ଦର ଭାବରେ କଥା ହେଲା ମୁଁ ନିଜକୁ ବିଶ୍ୱାସ କରି ପାରିଲିନି ।ମୁଁ ଟିକେ ତାର ଜୀବନ ଭିତରକୁ ପ୍ରଶ୍ନ ମାଧ୍ୟମରେ ପଶିବାକୁ ଚେଷ୍ଟା କରି ପଚାରିଲି ବାହା ହୋଇଛ ? ଉତ୍ତର ଆସିଲା Sir,I will never marry in this material world. ଜୀବନରେ ସବୁ କିଛି ହରେଇ ସାରିଛି ।ବାସ ପେଟ ପାଇଁ ବଞ୍ଚିଛି ।କହି ଚାଲିଲା ପରିବାର କଥା ।ବାପା ମାଆ ଗରୀବ ।ପରିଣତ ବୟସ ।ଗୋଟିଏ ଭଉଣୀ ଓ ୪ ଭାଇ ।ମୁଁ ହେଉଛି ସବୁଠାରୁ ସାନ ।ଘରର ଆର୍ଥିକ ସ୍ଥିତି ଭଲ ନାହିଁ ।ଅଳ୍ପ ଜମି ଭାଗ ଯାହା ସେଥିରୁ କିଛି ମିଳେନି । ବଡ ଭାଇ ଓ ଭାଉଜଙ୍କୁ ବାପା ମା ଠାରୁ ବେଶୀ ଭକ୍ତି କରୁଥିଲି ।ସମସ୍ତେ ଖଟିଲେ ଘରେ ଚୁଲି ଜଳେ।B. Tech ସ୍ବପ୍ନ ସେଇଠି ରହିଗଲା ।ଡିପ୍ଲୋମା ଆଧାରରେ LG vender ପାଖରେ କାମ କରି ଭଲ ଦରମା ମାସିକ ୪୦/୫୦ ହଜାର ପାଉଥିଲି ।ସବୁ ପଇସା ଘରକୁ ଦେଇ ଦେଉଥିଲି ।କାରଣ ଭଉଣୀ ବାହାଘର ଓ ବୁଢ଼ା ବାପା ମାଆଙ୍କ ଖର୍ଚ୍ଚ ପାଇଁ। ଭଉଣୀ ବାହାଘର ସରିଲା ।ଭାଉଜ ମୁଁ ପଠେଇ ଥିବା ଦରମା ପଇସା ବ୍ୟକ୍ତିଗତ ସଞ୍ଚୟ କରି ଗାଁ ପାଖରେ ନିଜ ପାଇଁ ଜାଗା କିଣି ଘର ଛାଡ଼ି ବାପା ମାଙ୍କୁ ତୃତୀୟ ନମ୍ବର ଭାଇ ପାଖରେ ଛାଡ଼ି ଚାଲିଗଲେ ।ମୁଁ ଘରକୁ ଯାଇ ବୁଝିଲା ବେଳକୁ ଆଉ କିଛି ନାହିଁ ।ବାପା ମାଆଙ୍କୁ ପଚାରିଲି ,ସେ କହିଲେ ତୁ ପଠେଇଥିବା ପଇସାରେ ଆମକୁ ଖାଇବାକୁ ଦିଅନ୍ତି । ଏବେ ଏକା କରି ନିଜ ଘରକୁ ଚାଲିଗଲେ ।ନିଜେ B tech ନକରି ଯାହା ରୋଜଗାର ଘରକୁ ଦେଇ ଶେଷରେ ମୋ ହାତ ଶୁନ୍ୟ ।LG Vender ସ୍ଥିତି ଭଲ ନାହିଁ ।ଚାକିରୀ ହାତରୁ ଚାଲିଗଲା ।କୋଉ ମୁହଁରେ ଘରକୁ ଯିବି ? ଗ୍ରେଟର ନୋଇଡାରେ ଚଳିବାକୁ ହେଲେ ଦିନ ମଜୁରିଆ ଭାବରେ ମୁଁ କାମ କରିବାକୁ ବାଧ୍ୟ । ଦିନକୁ ୫୦୦ ଟଙ୍କା ମିଳୁଛି । ବାଲି,ଇଟା,ସିମେଣ୍ଟ କାମ। ବାପା ମା ପାଖକୁ ପ୍ରତି ମାସରେ ୪/୫ ହଜାର ପଠାଉଛି। ଏ ବୟସରେ ମୂଲ ଲାଗି ପାରିବେନି ।ମୁଁ ସ୍ୱାଭିମାନ ଭାବରେ ବଞ୍ଚିଛି ।କହିଲା Vender ବି ୩/୪ ମାସର ଦରମା ଖାଇ ଚାଲିଗଲା। ତେଣୁ ଜୀବନ ଉପରେ ବିତୃଷ୍ନା ଆସିଗଲା ।ପେଟ ପାଇଁ ଗଣ୍ଡେ ମିଳିଗଲେ ସ୍ବର୍ଗ ସୁଖ ।ବାପା ମା ବଞ୍ଚିଥିବା ଯାଏ ପଇସା ଦେବି ।ପଇସା କରିବି କଣ ? ଶେଷରେ ବଡ ଭାଇ ଠକିଲା ପରି ଅବସ୍ଥା ହେବ ।ଜୀବନକୁ ବୁଝି ସାରିଛି । କହିଲି ବନାରସ ପାଖରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଭୂମି ଅଯୋଧ୍ୟା ଖୁବ୍ କମ୍ ବାଟ । ବଡ଼ଭାଇ ରାମଙ୍କ ଆଦର୍ଶ ରୁ ଶିଖିଲେ କଣ ? କମଲେଶ ଆଖି ଛଳ ଛଳ ହୋଇ କହିଲା ,ଭାଇ ଭାଉଜଙ୍କ ଦ୍ଵାରା ପରିଚାଳିତ ।ମୁଁ କହିଲି ଓଃ ଆଧୁନିକ ସୀତା।ହସିଲା ଓ କହିଲା ଆପଣ ଆଧ୍ୟାତ୍ମିକ ବ୍ୟକ୍ତି ଜଣା ପଡୁଛନ୍ତି। ତା କଥା ଶୁଣି ମୋ ଆଖିରୁ ମଧ୍ୟ ଲୁହ ଆସିଗଲା। କହିଲି ସମୟ ବଡ ବଳବାନ। ନଳ ରାଜା ଘାସ କାଟିଥିଲେ। ରାମଚନ୍ଦ୍ର ବନବାସ ଭୋଗିଥିଲେ। ପାଣ୍ଡବ ଅଜ୍ଞାତ ବାସ ଭୋଗିଥିଲେ ।କୌରବ ବଂଶ ଧ୍ଵଂସ ହୋଇ ଥିଲା ।ରାଜା ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଥିଲେ । ତମେ ହେଉଛ କର୍ମଜୀବି। ଏମିତି ଭାଙ୍ଗି ପଡ଼ିଲେ କେମିତି ହେବ ? ଗୋଡ ତଳେ ମୁଣ୍ଡିଆ ମାରିଲା।କହିଲି ମୋବାଇଲ ନମ୍ୱର୍ ଦିଅ ।ଚାକିରୀ ଖୋଜି ଦେବି । ରୋକ ଠୋକ ମନା କଲା।ଚାକିରୀ କରିବି କାହା ପାଇଁ ? ନମ୍ୱର୍ ଦେଲାନି ।ମୋ ନମ୍ବର ନେଇ ଗଲା ।କହିଲି ବାବୁ ଫୋନ୍ କରିବ । କାନ୍ଦି କାନ୍ଦି କହିଲା ନାଇଁ ଆଜ୍ଞା ଆପଣଙ୍କ ସହିତ ଦେଖା ହେବାକୁ ମନ ହେଲେ ନିଜେ ଆସି ଦେଖା କରି ଚାଲିଯିବି ।ମୁଁ କହିଲି ତମେ ପୁଣି ଥରେ B tech ପାଇଁ ପ୍ରସ୍ତୁତ ହୁଅ ।ମୋ ଦ୍ଵାରା ଯାହା ସମ୍ଭବ ମୁଁ ସାହାଯ୍ୟ କରିବି ।ମୋ କଥାକୁ ବୁଝିଲା । ୪/୫ ମାସ ଦିନ ମଜୁରିଆ ଭାବରେ କିଛି ପଇସା ହାତରେ ରଖି କଷ୍ଟକୁ ବୁଝିବାକୁ ଚେଷ୍ଟା କରୁଛି ।ପରେ Tution କରି ପାଠ ପଢିବି ।ଜୀବନରେ ବାହା ହେବିନି ।ଗରିବଙ୍କ ପାଇଁ କିଛି କରିବାର ସ୍ବପ୍ନ ରହିଛି ।ସଞ୍ଜନା ଭାଉଜ ଏସବୁ ଦେଖି ଆଶ୍ଚର୍ଯ୍ୟ । ମୁଁ ମୋ ପୁଅକୁ ଡାକି ସବୁ କହିଲି ଓ କମଲେଶକୁ ଦେଖେଇଲି ।ପୁଅ ବି କାନ୍ଦି ପକେଇଲା।କହିଲି ସଂଘର୍ଷ ଓ ସ୍ୱାଭିମାନର ଜ୍ୱଳନ୍ତ ଉଦାହରଣ ଦିନ ମଜୁରିଆ ନୁହେଁ ଇଂଜିନିୟର କମଲେଶ ଯାଦବ ।୫୦୦ ଟଙ୍କା ମଜୁରୀ ନେଇ ସଞ୍ଜନା ଭାଉଜଙ୍କୁ ପଚାରିଲା ସାର୍ ଙ୍କ କଥା ମାନି ପୁଣି ଥରେ ପାଠ ପଢିବି ।ଭାଙ୍ଗି ପଡ଼ିଲେ ଓ ଅଭିମାନ କରି ଲାଭ କଣ? ସଞ୍ଜନା ଭାଉଜ କହିଲେ ସାର୍ ଭଗବତ୍ ପୁସ୍ତକ ନିଜେ ଲେଖିଛନ୍ତି ।ଗଲା ବେଳେ ପଚାରି ଥିଲା ସାର୍ ଙ୍କୁ କହିଦେବ ମୁଁ ଆସି ଦେଖା କରିବି ।ସେ ଗଲା ପରେ ସଞ୍ଜନା ଭାଉଜ ଘରକୁ ଆସି ମୋ ଧର୍ମପତ୍ନୀ (ରୋଜିକୁ) ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ କହିଲେ ।ସଞ୍ଜନା ଭାଉଜଙ୍କୁ ଧନ୍ୟବାଦ୍ ମୋ ମୋବାଇଲ ରେ ଫଟୋ ଉଠେଇ ସ୍ମୃତି ର ସାକ୍ଷୀ ବନିଲେ ।ରୋଜିକୁ କହିଲେ ସାର୍ ଙ୍କ ଆଖିରେ ଲୁହ ଦେଖିଲି ।କମଲେଶ ପାଇଁ ସାର୍ କାହିଁକି ବେଶି ଚିନ୍ତିତ ଓ ବ୍ୟସ୍ତ ଜଣା ପଡୁଛନ୍ତି ।ସତରେ ସ୍ଵାଭିମାନୀ ଇଂଜିନିୟର କମଲେଶ ଯାଦବ ମୋର ଆଖି ଖୋଲି ଦେଇଛି ।କର୍ମ ଛୋଟ ବଡ଼ ନୁହେଁ । ସମୟ ସବୁ କିଛି ଶିଖେଇ ଦିଏ।କମଲେଶକୁ କୁଣ୍ଢେଇ ପକେଇ ମୁଁ ଧନ୍ୟ ହୋଇଗଲି। ତା କଥା ଭାବି ଏପର୍ଯ୍ୟନ୍ତ ମୋ ଆଖିରୁ ଲୁହ ଶୁଖିନି ।ହେ ପ୍ରଭୁ ଏମିତି ସ୍ୱାଭିମାନ କମଲେଶକୁ ସଦବୁଦ୍ଧି ଦିଅନ୍ତୁ ।ମୋ ସହିତ ଦେଖା କରୁ ।ଅପେକ୍ଷାରେ ରହିଲି


error: Content is protected !!