ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡଝରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଜୟ ମହାଳିକଙ୍କ ୫୦ ବର୍ଷ ବୟସରେ ହୃଦଘାତ ଜନିତ ଅକାଳ ବିୟୋଗ ଘଟିଛି । ଯାହାକୁ ନେଇ ଆଜି ବ୍ଲକ ଶିକ୍ଷକ ସଂଘ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।

ସ୍ବର୍ଗତ ମହାଳିକଙ୍କ ଏକାଦଶାହ କର୍ମ କାର୍ଯ୍ୟରେ କାମାକ୍ଷାନଗର ଜିରିଡାମାଳି ସ୍ଥିତ ବାସଭବନକୁ ବ୍ଲକ ଶିକ୍ଷକ ସଙ୍ଘର ସଦସ୍ୟ ମାନେ ଯାଇ ଶୋକସନ୍ତପ୍ତ ପରିବାରରେ ସଂଘର ସଦସ୍ୟ ତଥା ଶିକ୍ଷକ ଗୋପବନ୍ଧୁ ସାହୁ ,ସୁଶାନ୍ତ କୁମାର ସେଠୀ ,ଦିଲ୍ଲୀପ କୁମାର ମହାପାତ୍ର , ମଳୟ କୁମାର ସେଠୀ ,ସଞ୍ଜୟ କୁମାର ସାହୁ ,ସରୋଜ କୁମାର ସାହୁ ,ପଙ୍କଜ ଲୋଚନ ବାରିକ , ସତ୍ୟନାରାୟଣ ଦେହୁରୀ ,ବରୁଣ କୁମାର ସାହୁ ,ତୃପ୍ତି ରଞ୍ଜନ ସ୍ବାଇଁ ,ଜିତେନ୍ଦ୍ର ଚନ୍ଦ୍ର ସାହୁ ,ପ୍ରତାପ କୁମାର ଭୋଇ , ପ୍ରସନ୍ନ କୁମାର ବିଶ୍ବାଳ ସମେତ ଅନ୍ୟ ସଦସ୍ୟ ମାନେ ପହଞ୍ଚି ସମବେଦନା ଜଣାଇଵା ସହ ସ୍ବର୍ଗତ ମହାଳିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ପରେ ସ୍ବର୍ଗତ ମହାଳିକଙ୍କ ପତ୍ନୀଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

ଶିକ୍ଷକ ସଂଘର ଏପରି ମନୀୟତା କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ( ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ ନାୟକଙ୍କ ରିପୋର୍ଟ )

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…