ବିଜେପି କୋର୍ କମିଟି ବୈଠକକୁ ନେଇ ମନମୋହନ ସାମଲଙ୍କ ସୂଚନା।ରାଜ୍ୟସଭା ନିର୍ବାଚନ ଉପରେ ଚର୍ଚ୍ଚା ହୋଇଥିବା କହିଲେ ମନମୋହନ।ରାଜ୍ୟସଭା କାହାକୁ ପଠାଯିବ କୋର୍ କମିଟି ସଦସ୍ୟ ନାଁ ପ୍ରସ୍ତାବ ଦେବେ।ସେଇ ନାଁ ବିଜେପି ପାର୍ଲିଆମେଣ୍ଟାରୀ କମିଟି ନିକଟକୁ ପଠାଯିବ।ଓଡ଼ିଶାରୁ ଯିବେ ନା ରାଜ୍ୟ ବାହାରୁ ଯିବେ ତାହା ସଂସଦୀୟ କମିଟି ନିଷ୍ପତ୍ତି ନେବ।ବୋର୍ଡ ନିଗମ ପଦପଦବୀ ନେଇ ମଧ୍ୟ ଆଲୋଚନା ହୋଇଛି।ଆସନ୍ତା ୫ ଦିନ ଭିତରେ ସ୍ପଷ୍ଟ ହେବ ବୋଲି ରାଜ୍ୟ ସଭାପତି।ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟ ସଭାରେ ଥିବା ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ୍ କୁମାର ଏବଂ ମମତା ମହନ୍ତଙ୍କ କାର୍ଯ୍ୟକାଳ ଶେଷ ହେବ। କିଛି ମାସ ତଳେ ମମତା ଏବଂ ସୁଜିତ୍ କୁମାର ବିଜେଡିରୁ ଛାଡ଼ିବା ସହିତ ରାଜ୍ୟ ସଭା ପଦରୁ ଇସ୍ତଫା ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଦୁଇ ଆସନ ଲାଗି ଉପନିର୍ବାଚନ ହେବା ସହ ଭାଜପା ବିଜେଡିରୁ ଆସିଥିବା ୨ ଜଣଙ୍କୁ ପ୍ରାର୍ଥୀ କଲା ଏବଂ ଉଭୟ ପୁଣିଥରେ ରାଜ୍ୟ ସଭାକୁ ନିର୍ବାଚିତ ହେଲେ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଗୋଟିଏ ଏବଂ ଭାଜପା ୨ଟି ଆସନରେ ବାଜିମାତ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଇପାରେ। ହେଲେ ଯେଉଁ ୪ର୍ଥ ଆସନ ରହିଛି ସେଥିପାଇଁ ସଂଖ୍ୟା ଦୃଷ୍ଟିରୁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଏବଂ କଂଗ୍ରେସ ଭିତରେ ରାଜନୈତିକ ଲଢ଼େଇ ହେବ। ଏବେ ଏହି ଆସନକୁ ଭାଜପା ସୁନିଶ୍ଚିତ ଜିତିବ ବୋଲି ଆଗୁଆ ଦାବି କରିବା ଆରମ୍ଭ କରିଛି।

More Stories
ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ
ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ
୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି