ସତଦଫା ଦାଵୀରୁ ଚାରୋଟି ଦାବୀକୁ ନେଇ କାର୍ଯ୍ୟାନୁଷ୍ଠାନ ନେଲା ବିଭାଗ, ଦୁଇଦିନ ପରେ ଓଡିଶା ଅଭିଭାବକ ମହାସଂଘର ଆମରଣ ଅନଶନ ପ୍ରତ୍ୟାହୃତ


ଭୁବନେଶ୍ୱର ତା 16 ରିଖ l ଓଡିଶା ଅଭିଭାବକ ମହାସଂଘ ତରଫରୁ ଦୁଇ ଦିନ ଧରି ଚାଲିଥିବା ଆମରଣ ଅନଶନ ଆଜି ସନ୍ଧ୍ୟାରେ ପ୍ରତ୍ୟାହୃତ ହୋଇଛି l ଆଜି ସନ୍ଧ୍ୟାରେ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟ୍ଟନାୟକ, ଶଙ୍କର ସାମନ୍ତରାୟ, କୋଷାଧକ୍ଷ ତାପସ ଦାଶ, ଉପାଧକ୍ଷ ଶିଶିର ସାହୁଙ୍କୁ ନେଇ ଏକ ପ୍ରତିନିଧି ଦଳ ଜୋନ-1 ଏସିପି ବି ମୁଦୁଲି ଓ କ୍ୟାପିଟାଲ ଥାନାଧିକାରୀ ପଦ୍ମନାଭ ପ୍ରଧାନଙ୍କ ଉପସ୍ଥିତିରେ ଗଣଶିକ୍ଷା ଅତିରିକ୍ତ ସଚିବ ଦୁର୍ଗା ମହାପାତ୍ର ସରକାରଙ୍କ ନିଷ୍ପତି ଉପରେ ଅବଗତି କରାଇଥିଲେ l ସାତ ଦଫା ଦାବୀ ଉପରେ ଆଗରୁ ମନ୍ତ୍ରୀ, ସଚିବ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବିସ୍ତୃତ ହୋଇଥିଲା l ବିଭାଗ ମାତ୍ର ଚାରୋଟି ଦାବୀ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି l ଅଭିଭାବକ ମହାସଂଘର 4ଟି ଦାବୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବା ସହିତ ବାକି ତିନୋଟି ଦାବୀ ସଂକ୍ରାନ୍ତ୍ରରେ ବିସ୍ତୃତ ଭାବରେ ବିଭାଗୀୟ ଆଲୋଚନା ହୋଇ ପରବର୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତି ହୋଇଥିଲା l ପ୍ରଥମ ଦାବୀରେ କରୋନା ସମୟରେ ମାନ୍ୟବର ସୁପ୍ରିମ କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦେଶ ରେ ସ୍କୁଲ ଅନୁଯାଇ ଫିସ ଛାଡ଼ର ସବିଶେଷ ବିବରଣୀ ଆସନ୍ତା ଡିସେମ୍ବର 31 ତାରିଖ ସୁଦ୍ଧା ପ୍ରଦାନ ପାଇଁ ନିର୍ଦେଶକ ମାନେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଚିଠି ଲେଖି ଜଣାଇଛନ୍ତି lଦ୍ୱିତୀୟ ଦାବିରେ ସମସ୍ତ ପ୍ରାଇଭେଟ ସ୍କୁଲରେ ପ୍ରଦାନ କରୁଥିବା ସୁବିଧା ଅନୁଯାଇ ସ୍କୁଲ ଫିସ ନିର୍ଧାରଣ କରିବା ସଂକ୍ରାନ୍ତରେ ନୂତନ ଭାବେ ଏକ ଫି ନିର୍ଧାରଣ କମିଟି ଗଠନ କରାଯାଇ ଆସନ୍ତା ମାର୍ଚ୍ଚ 31 ସୁଦ୍ଧା କାର୍ଯ୍ୟକାରୀ କରାଯିବ l ତୃତୀୟ ଦାବୀରେ ଶିକ୍ଷା ଅଧିକାର ଆଇନରେ ମାଗଣାରେ ପାଠ ପଢ଼ୁଥିବା ପିଲାଙ୍କୁ ବହି, ଜୋତା ଏବଂ ପୋଷାକ ପ୍ରଦାନ ପାଇଁ ସ୍ୱତନ୍ତ୍ର ନିର୍ଦେଶ ଦେଇ କାର୍ଯ୍ୟକାରୀ କରାଯିବ l ଚଳିତ ବର୍ଷର ବହି କିଣିଥିବା ଅର୍ଥ ସମସ୍ତଙ୍କୁ ପ୍ରଦାନ କରାଯିବ l ନବମ ଠାରୁ ଦ୍ୱାଦଶ ପଯ୍ୟନ୍ତ ବୃଦ୍ଧି ଉପରେ ପରେ ଆଲୋଚନା ହୋଇ ନିଷ୍ପତି ନିଆଯିବ l ଚତୁର୍ଥ ଦାବୀ ପ୍ରାଇଭେଟ ସ୍କୁଲ ସ୍ୱୀକୃତି ପାଇ ନଥିବେ ଓ ଆବେଦନ କରି ନଥିବେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଗଲା l ଏନ.ସି.ଇ.ଆର.ଟି ବହି ବ୍ୟବହାର, ଦ୍ୱାଦଶ ଶ୍ରେଣୀକୁ ଶ୍ରେଣୀ ଉତୀନ୍ନ ଭାବେ ଗ୍ରହଣ କରି ଆଡ଼ମିସନ ଓ ସ୍କୁଲ ଅଡିଟ ସମ୍ପର୍କରେ ପରବର୍ତୀ ସମୟରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା l ପ୍ରକାଶ ଥାଉ କି ମହାସଂଘର ସାତଦଫା ଦାବୀ ନେଇ ଗତକାଲି ଗଣଶିକ୍ଷା ସଚିବ ଆଶ୍ବଥୀ. ଏସଙ୍କ ଘର ଆଗରେ ଛଅ ଶହ ଅଭିଭାବକ ଅନଶନ କରୁଥିବା ବେଳେ ପୋଲିସ 4ଟି ବସରେ ଉଠେଇ ନେବା ପରେ ମଧ୍ୟ ଗତକାଲି ପୋଲିସ ବ୍ୟlରେକ ଓ ଆଜି ଦ୍ଵିତୀୟ ଦିନରେ ଧାରଣା ସ୍ଥଳରେ ଅନଶନ ଜାରି ରହିଥିଲା l ଆଜିର ଆନ୍ଦୋଳନରେ ମହାସଚିବ ଅଶୋକ ପାଇକରାୟ, ସହ ଅଧକ୍ଷ୍ୟ ସତ୍ୟବ୍ରତ ପରିଜା, ସାଧାରଣ ସମ୍ପାଦକ ସତ୍ୟଜିତ ଦାଶ, ପ୍ରଦୀପ୍ତ ମିଶ୍ର, ଭୁବନେଶ୍ୱର ଆବାହକ ପଦ୍ମନାଭ ସାହୁ, ଉପାଧ୍ୟକ୍ଷ ଅଶୋକ ପଟ୍ଟନାୟକ, ରଞ୍ଜନ ଦାଶ, ଧୂର୍ତିଧର ଦାଶ, ଶିକ୍ଷା ଅଧିକାର ଆଇନ ଅଭିଭାବକ କଳ୍ପନା ସାହୁ, ମିନା ନାୟକ, ଆମର ନାୟକ, ମିଲ୍ଲୀ ସାହୁ, ସ୍ୱପ୍ନା ସାହୁ, ମାମୁନି ମଲ୍ଲିକ, ରେଣୁକା ମଙ୍ଗରାଜ, ସୁବ୍ରତ ସାହୁ, ଜଗତସିଂହପୁର ଆବାହକ ସୁରେଶ ସ୍ବାଇଁ, ସଂଗଠନ ସମ୍ପାଦକ ଆର୍ତତ୍ରାଣ ପାତ୍ର, ପୂର୍ଣ୍ଣ ମହାପାତ୍ର ଆଦିଙ୍କ ସହିତ ତିନି ଶହରୁ ଉର୍ଧ୍ଵ ଅଭିଭାବକ ଆଜି ଯୋଗ ଦେଇଥିଲେ lପ୍ରସନ୍ନ ବିଷୋୟୀସହ ଅଧକ୍ଷ।


error: Content is protected !!