February 25, 2026

Now Odisha

Now Odisha

ବରିଷ୍ଠ ନାଗରିକ ସଂଘ ର ସାଧାରଣ ବୈଠକ |

Spread the love

ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଅନ୍ତର୍ଜାମୀ ପାଣିଙ୍କ ସଭାପତିତ୍ବରେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଅତିଥିଭାବେ ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ମହାସଂଘ ଉପ ସଭାପତି ସଦାନନ୍ଦ ସାନବର୍ଷା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥିଭାବେ ଜମନକିରା ବିଡ଼ିଓ ଶ୍ରୀ ରବୀନ୍ଦ୍ର ସେଠି, ମୁକ୍ତେଶ୍ଵର ମନ୍ଦିର ପରିଚାଳନା ସଭାପତି ତଥା ଟ୍ରଷ୍ଟି ପି.କେ କାନ୍ନାପା, ବରିଷ୍ଠ ନାଗରିକ ସମ୍ବଲପୁର ଜିଲ୍ଲା ଉପ ସଭାପତି ଧୀରେନ୍ଦ୍ର ମହାନ୍ତି, , ବରିଷ୍ଠ ନାଗରିକ ଉପଦେଷ୍ଟା ତଥା ରେଙ୍ଗାଲି ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆ, ଜମନକିରା ବ୍ଲକ ସଭାପତି ଗୋକୁଳା ନନ୍ଦ ଦାନୀ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ଗଣ ମା ସମଲେଇ ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରି ଭଗବାନ ଶିବଙ୍କ ଦର୍ଶନ କରି ଦୀପ ପ୍ରଜ୍ୟଳନକରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନୁଷ୍ଠିତ ବୈଠକରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତରୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ଜମନକିରା ବିଡ଼ିଓ ବୈଠକ ରେ ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଥିବା ବିଭିନ୍ନ ଯୋଜନା ଏବଂ ସେବା ସମ୍ବନ୍ଧରେ ଜଣାଇଥିଲେ। ପ୍ରଶାସନିକ ୧୦୦ ବର୍ଷ ରୁ ଉର୍ଦ୍ଧ ବରିଷ୍ଠ ନାଗରିକମାନଙ୍କୁ ପ୍ରଶାସନ ସମ୍ମାନିତ କରିବା ସହିତ ବରିଷ୍ଠ ନାଗରିକଙ୍କ ଏକ ତାଲିକା ପ୍ରସୂତ ପାଇଁ ଜିଲ୍ଲା ସଭାପତି ପ୍ରସ୍ତାବ ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ବରିଷ୍ଠ ନାଗରିକ ସଂଘର ଏକ ଗୃହ ନିର୍ମାଣ ସହିତ ଜମନକିରା ଠାରେ ଅଧାପନ୍ତିଆ ଭାବେ ଥିବା ସଂଘ ଗୃହ ନିର୍ମାଣ ପାଇଁ ଜମନକିରା ସଭାପତି ଗୋକୁଳାନନ୍ଦ ଦାନୀ ଦାବି କରିବା ସହିତ ଏହି ପ୍ରସ୍ତାବ ଗୃହୀତ କରାଯାଉ ବୋଲି କହିଥିଲେ। ଜମନକିରା ଷ୍ଟେଟ ବ୍ୟାଙ୍କ ରେ ବାରମ୍ବାର ପ୍ରସ୍ତାବ ଦିଆଯିବା ପରେ ମଧ୍ୟ ବରିଷ୍ଠ ନାଗରିକଙ୍କୁ ଅସମ୍ମାନ ସହିତ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉନାହିଁ ଏଣୁକରି ବିଭିନ୍ନ ବ୍ୟାଙ୍କ ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ତାଙ୍କୁ ସଠିକ ସମ୍ମାନ ଦିଆଯାଉ ବୋଲି ଆଇନଜୀବୀ ସରୋଜ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ସେହିପରି ବିଭିନ୍ନ କାର୍ଯ୍ୟକ୍ରମ ତଥା ସରକାରୀ ଏବଂ ବେ ସରକାରୀ କାର୍ଯ୍ୟଳୟରେ ବରିଷ୍ଠ ନାଗରିକଙ୍କୁ ଅସମ୍ମାନ ଦେଉଥିବା ରୁ ତାକୁ ଠିକ କରାଯାଉ ବୋଲି ପ୍ରସ୍ତାବିତ ହୋଇଛି। ସେହିପରି ସଂଗଠନ କୁ ମଜବୁତ ସହିତ ଏଥିପ୍ରତି ଧ୍ୟାନ ଦେଇ ଆଗାମୀ ଦିନରେ ନୀତି ଗତ ଭାବେ ବୈଠକ ଅନୁଷ୍ଠିତ କରାଯାଉ ବୋଲି ନିଷ୍ପତ୍ତି ନିଆଯାଇଛି।

error: Content is protected !!