ପରିବର୍ତ୍ତନ ମୁହାଁ ଜଟଣୀ ବିଧାନସଭା କ୍ଷେତ୍ର ଜଟଣୀ ବିଧାୟକ ହେବେ ସନ୍ତୋଷ ଜେନା


ଜଟଣୀ:(ପ୍ରଦୀପ୍ତ କୁମାର ମାର୍ଥା):-ପରିବର୍ତ୍ତନ ମୁହାଁ ଜଟଣୀ ବିଧାୟକ ହେବେ ସନ୍ତୋଷ।ଜଟଣୀ ହେଉଛି ଓଡିଶାର ଚର୍ଚ୍ଚିତ ବିଧାନସଭା କ୍ଷେତ୍ର ଆଉ ଆଗାମୀ ଦୁଇ ହଜାର ଚବିଶ ସାଧାରଣ ନିର୍ବାଚନ ପାଇଁ ଜଟଣୀର ଚର୍ଚ୍ଚିତ ବିଧାୟକ ପ୍ରାର୍ଥୀ ହେଉଛନ୍ତି।ଡକ୍ଟର ସନ୍ତୋଷ ଜେନା ଆଉ ସେହି ସନ୍ତୋଷ ଜେନା ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ପଞ୍ଚାୟତ ଅଧୀନ ଯୋଗମାୟା ପୀଠରେ ଆଗାମୀ ଦୁଇ ହଜାର ଚବିଶ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏକ ଜନ ସଭା କରୁଥିଲେ।ସଭାରେ ଉପସ୍ଥିତ ଜନତାଙ୍କ କହିବା କଥା ହେଲା। ଚାଷ ଜମିରେ ପ୍ରତି ବର୍ଷ ନୂଆ କିଷମର ଧାନ ବୁଣିବା କଥା। ନହେଲେ ଧାନ ବଦଳରେ ଝଡା ବଢ଼ିଯିବ।ଯେଉଁ ଝଡାକୁ ସାଧାରଣତଃ ବାଳୁଙ୍ଗା କୁହା ଯାଇଥାଏ।ଆଉ ବାଳୁଙ୍ଗା ବଢିଗଲେ ଚାଷୀର ଅବସ୍ଥା ଯାହା।ଆଜି ଜଟଣୀ ଜନସାଧାରଣଙ୍କ ଅବସ୍ଥା ବି ସେଇଆ।ତେଣୁ ଚାଷୀ ଯେପରି ପ୍ରତି ବର୍ଷ ଚାଷ ଜମିରେ ପୁରୁଣା କିଷମ ଧାନର ମୂଳ ପୋଛ କରି। ନୂଆ କିଷମ ଧାନ ବୁଣି ଅଧିକ ଅମଳ କରିଥାଏ।ସେହିପରି ଆଗାମୀ ଦୁଇ ହଜାର ଚବିଶ ସାଧାରଣ ନିର୍ବାଚନରେ ଡକ୍ଟର ସନ୍ତୋଷ ଜେନା ଜଟଣୀର ନୂଆ ବିଧାୟକ ଭାବେ ନିର୍ବାଚିତ ହେଲେ। ଜଟଣୀ ଜନସାଧାରଣ ଵେଶ ଉପକୃତ ହୋଇପାରିବେ।ସଭାରେ ଉପସ୍ଥିତ ଥିବା ଡକ୍ଟର ସନ୍ତୋଷ ଜେନାଙ୍କ କହିବା କଥା ହେଲା।କିଛି ବ୍ୟକ୍ତିଙ୍କୁ ବାରମ୍ବାର ବିଧାୟକ କରିବା ଏବଂ ତାପରେ ତାଙ୍କ ପିଲାଛୁଆଙ୍କୁ ବିଧାୟକ କରିବା ପରିବର୍ତ୍ତେ ଅନ୍ତତଃ ଗୋଟେ ଥର ପାଇଁ ତାଙ୍କୁ ପରୀକ୍ଷା କରାଯାଉ।ତେବେ ଆସନ୍ତୁ ଦେଖିବା ଏ ବାବଦରେ।


error: Content is protected !!