ଶ୍ରୀ ଶୃଂଙ୍ଗେରୀ ମଠଋଷ୍ୟଶୃଙ୍ଗ ଗିରିଚିକମାଗାଲୁର


କର୍ଣ୍ଣାଟକ ସ୍ଥାପନା :: ଆଦି ଶଙ୍କରାଚାର୍ଯ୍ୟକାଳ :: ପ୍ରାକ ନବମ ଶତାବ୍ଦୀ ଋଷ୍ୟଶୃଙ୍ଗ ଗିରି ଉପରେ ଆଦି ଶଙ୍କରାଚାର୍ଯ୍ୟ ତାଙ୍କର ପ୍ରମୁଖ ଶିଷ୍ୟ ମଣ୍ଡନ ମିଶ୍ରଙ୍କୁ ସୁରେଶ୍ୱରାଚାର୍ଯ୍ୟ ରୂପେ ନାମିତ କରି ସେଠାରେ ଅଦ୍ୱୈତ ବେଦାନ୍ତର ଦୁଇଟି ମନ୍ଦିର ପ୍ରତିଷ୍ଠା କରିଥିଲେ l ଶ୍ରୀ ବିଦ୍ୟାଶଙ୍କର ଶିଵ ମନ୍ଦିର ଓ ମା’ ଶାରଦା ଆମ୍ବା ସରସ୍ବତୀ ମନ୍ଦିର l ଏ ଉଭୟ ମନ୍ଦିର କାଳ ର କରାଳ ଗର୍ଭ ରେ ଜୀର୍ଣ୍ଣ ହେବାରୁ, ବିଜୟନଗର ରାଜାମାନେ ସେଗୁଡିକର ପୁନଃରୁଦ୍ଧାର କରିଥିଲେ lଖ୍ରୀ 1338 ରେ ବିଦ୍ୟାଶଙ୍କର ମନ୍ଦିର ଓ ଖ୍ରୀ 1346 ରେ ଶାରଦା ଆମ୍ବା ସରସ୍ବତୀ ମନ୍ଦିରର ନିର୍ମାଣ କରାଇଥିଲେ।ଏହି ପୀଠର ମହାବାକ୍ୟ ହେଉଛି – *ଅହଂ ବ୍ରହ୍ମାସ୍ମି*


error: Content is protected !!