17 ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା


ପ୍ରସିଦ୍ଧ ନୃତ୍ୟଶିଳ୍ପୀ 5ଜଣଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ।ଭୁବନେଶ୍ୱର ତା 19 ରିଖ l ଦେବଦାସୀ ନୃତ୍ୟମନ୍ଦିର ଦ୍ୱାରା ଆୟୋଜିତ ତିନି ଦିନିଆ 17ତମ ଦେବଦାସୀ ଅନ୍ତଃରାଷ୍ଟୀୟ ନୃତ୍ୟ ମହୋତ୍ସବ ଓ ନବ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଦ୍ଵିତୀୟ ସନ୍ଧ୍ୟା ଆଜି ଭଂଜକଳlମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି l କୁଚିପୁଡ଼ି, ଛତ୍ରିଆ ଭାରତନାଟ୍ୟମ, ଓଡିଶୀ ର ପ୍ରଖ୍ୟାତ ଶାସ୍ତ୍ରୀୟ ନୃତ୍ୟ ର ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ ଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଛି l ଆଜି ସନ୍ଧ୍ୟାରେ କୁଚିପୁଡ଼ି, କଥାକ, , ଓଡିଶୀ, ଛତ୍ରିଆ ଭାରତନାଟ୍ୟମ ଆଦି ଦେଶର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟରେ ପ୍ରସିଦ୍ଧି ଲlଭ କରିଥିବା ନୃତ୍ୟ ଶିଳ୍ପୀଙ୍କ ନୃତ୍ୟର ତାଳେ ତାଳେ ବିଭୋର ହୋଇଥିଲେ ଦର୍ଶକ l ଦୀର୍ଘ 17 ବର୍ଷ ହେଲା ଦେବଦାସୀ ନୃତ୍ୟ ମନ୍ଦିର ନୃତ୍ୟ କଳା ଓ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ଅନେକ କାର୍ଯ୍ୟକ୍ରମ ବିଭିନ୍ନ ସମୟରେ ଆୟୋଜିତ କରିଆସୁଛି l ଦେବଦାସୀ ନୃତ୍ୟ ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ଯୁକ୍ତ ଜଗବନ୍ଧୁ ଜେନା ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଆଜି ସନ୍ଧ୍ୟାରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ଯୁକ୍ତ ପ୍ରସନ୍ନ ପଟ୍ଟଶାଣୀ, ବିଧାୟକ ଶଶୀ ଭୂଷଣ ବେହେରା , ସଂସ୍କୃତି ଗବେଷକ ଡ଼ଃ ଗଦାଧର ମହାପାତ୍ର, ଓଡିଶା ଅଭିଭାବକ ମହାସଂଘ ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଡ୍ୟାନ୍ସ ଇଣ୍ଡିଆ ମାଗାଜିନ ସମ୍ପାଦକ ବିକ୍ରମ ଗୌଡ଼, ସାଇ ଭେଙ୍କଟେଶ, ବିଜୟ ନନ୍ଦ ଆଦି ଉପସ୍ଥିତ ରହି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ନୃତ୍ୟ, କଳା ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ଜଗବନ୍ଧୁ ଜେନାଙ୍କ ପ୍ରଚେଷ୍ଟାକୁ ସମସ୍ତ ଅତିଥି ପ୍ରଶଂସା କରିଥିଲେ lପ୍ରତିଷ୍ଠିତ ସତ୍ରୀୟା ନୃତ୍ୟଶିଳ୍ପୀ ଭାନୁ ଡେକା ,ଭାରତନାଟ୍ୟମରେ କୋଲକାତା ର ଦେବଶ୍ରୀ ମାଜିଲ୍ୟ, କୁଚିପୁଡ଼ି ରେ କ୍ରାନ୍ତି ନାରାୟଣ, ଦେଦୀପ୍ରିୟା ରାମଭକ୍ତ ଆଦି ନୃତ୍ୟ ପରିବେଷଣ କରିଥିଲେ l ଗୁରୁ ଦେବମିତl ସାହୁଙ୍କ ଅନୁଷ୍ଠାନର ଶିଳ୍ପୀମାନେ ଓଡିଶୀ ନୃତ୍ୟ ଦଳଗତ ପ୍ରଦର୍ଶନ କରିଥିଲେ l କ୍ରାନ୍ତି ନାରାୟଣ (କୁଚିପୁଡ଼ି), ଦେବଶ୍ରୀ ମାଜିଲ୍ୟ( ଭାରତନାଟ୍ୟମ), ଦେବୀପ୍ୟା ରାମଭକ୍ତ (କୁଚିପୁଡ଼ି,) ମୋନଶ୍ରୀ ପାଠକ (ସତ୍ରୀୟା) ସତ୍ତ୍ରୀୟ ରେ ମୋନlଶ୍ରୀ ପାଠକ, ଆଦିଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ଓଡିଶୀ ଗୁରୁ ଦେବମିତା ସାହୁ ଓ ନାୟିକା ନୀଳପଦ୍ମା,ସ୍ନେହାଞ୍ଜଳି ସୁଆର, ଅୟଶ୍ରୀ ରାଉତ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l


error: Content is protected !!