ପବନ ବହୁଛି ବହୁଥାଉ


” ପବନ ବହୁଛି ବହୁଥାଉ” ପୁସ୍ତକ ଉନ୍ମୋଚନଯାଜପୁର ( ପ୍ରଦ୍ୟୁମ୍ନ କୁମାର ଓଝା ) – ଯାଜପୁର ଜିଲ୍ଲାର ଧର୍ମଶାଳାରୁ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ପତ୍ରିକା ‘ସାହିତ୍ୟ ଦର୍ପଣ’ ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଧର୍ମଶାଳା କଲେଜ ପରିସରରେ କବି ଭକ୍ତ ଚରଣ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ କବି ଡ଼ଃ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ବଟକୃଷ୍ଣ ଓଝା ଯୋଗଦେଇ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟ କୃତି ସମ୍ପର୍କରେ ଵିଭିନ୍ନ ଆଲୋଚନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ତଥା ସାହିତ୍ୟ ଦର୍ପଣ ପତ୍ରିକାର ସମ୍ପାଦକ ସାମ୍ବାଦିକ ବିମଳ ପତି ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ପରେ ପରେ କବି ବିମଲ ପତିଙ୍କ ସ୍ୱ- ରଚିତ ପୁସ୍ତକ ” ପବନ ବହୁଛି ବହୁଥାଉ” ଉନ୍ମୋଚିତ ହୋଇଥିଲା I ଏଥିରେ ଅନ୍ୟତମ ସଂଯୋଜିକା ଭାବେ କବି ରଶ୍ମିତା ନାୟକ ଯୋଗଦେଇଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ ।


error: Content is protected !!