ବଡଦିନରେ ବଡ଼ ଖବର ବୋଲଗଡରେ ବିଜେପି ଫାଳ ଫାଳ ଅଟଳ ବିହାରୀଙ୍କ ଜନ୍ମଜୟନ୍ତୀ ପାଳନ


ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର):-ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜନ୍ମ ଜୟନ୍ତୀ ୨୫ ଡିସେମ୍ବରରେ ସାରା ଭାରତବର୍ଷ ପାଳନ କରୁଛି।ଏହି ଜୟନ୍ତୀ ପରିପ୍ରେକ୍ଷୀରେ ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବୋଲଗଡ ନନ୍ଦିଘୋଷ ଭବନ ପରିସରରେ ମଣ୍ଡଳ ସଭାପତି ସଞ୍ଜୟ ବେହେରା ଓ ସଂପାଦକ ଅଜିତ୍ କୁମାର ପଟ୍ଟନାୟକଙ୍କ ଆବାହକତ୍ୱରେ ସୋମବାର ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସେହିଭଳି ଭାବରେ ପିଚୁକୁଳି 27 ନମ୍ବର ଜୋନରେ ସଭାନେତ୍ରୀ ପ୍ରତିମା ରାଣୀ ସାହୁଙ୍କ ନେତୃତ୍ୱରେ ବାଜପେୟୀଙ୍କ ଜନ୍ମଜୟନ୍ତୀ ଦେଉଳି ଠାରେ ପାଳନ ହୋଇଯାଇଛି l ଅପରପକ୍ଷେ ବୋଲଗଡ ମଣ୍ଡଳ ସଭାପତି ରଘୁନାଥ ଷଡ଼ଙ୍ଗୀ ବାଜପେୟୀଙ୍କ ଉଦେଶ୍ୟରେ ଏକ ନୂତନ କକ୍ଷ ଉଦଘାଟନ କରି ଜନ୍ମ ଜୟନ୍ତୀ ମହାଆଡ଼ମ୍ବର ସହକାରେ ପାଳନ କରିଛନ୍ତି l ଅପରୂପଭାବେ ବୋଲଗଡର ତାଳତୁମ୍ବ ସ୍ଥିତ ଗୋପାଳପୁର ଅଂଚଳର ଆରାଧ୍ୟ ଶୈବପୀଠ ପଶ୍ଚିମେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତରତ୍ନ ବାଜପେୟୀଙ୍କ ଜୟନ୍ତୀ ପାଳନ କରାଯାଇ ଥିଲା।ପ୍ରାରମ୍ଭରେ ଭାରତମାତା ଓ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପଧୂପ ଦିଆଯାଇ ବିଜେପି ନିଶାନ ପଦ୍ମ ଫୁଲ ଚିତ୍ରିତ ଗଂଜି ଉନ୍ମୋଚନ କରାଯାଇ ଦିର୍ଘ ୨୫ବର୍ଷରୁ ଉର୍ଦ୍ଧ ବିଜେପିରେ କାର୍ଯ୍ଯ କରୁଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଞ୍ଚଳର ନେତୃତ୍ୱକୁ ହସ୍ତାନ୍ତର କରିବା ପାଇଁ ଇଏ ଏକ ଅଭିନଵ ପ୍ରୟାସ l ଏ ଅଞ୍ଚଳର ନେତୃତ୍ୱକୁ ନିର୍ମାଣ କରିବା ଏହାର ଆଭିମୁଖ୍ୟ l ଯେହେତୁ ଦୀର୍ଘଦିନ ଧରି ବେଗୁନିଆ – ବୋଲଗଡରେ ବାହାର ଅଞ୍ଚଳରୁ ନେତା ଆସି ବୋଲଗଡକୁ ନେତା ସାଜୁଛନ୍ତି ଏବଂ ଉର୍ନ୍ନତି ବଦଳରେ ଅବନତି କରୁଛନ୍ତି l ତେଣୁ କରି ଏଥରକ ଭାରତୀୟ ଜନତା ପାର୍ଟି ବିକଳ୍ପ ଚୟନ କରିବା ପାଇଁ ଏକ ରଣନୀତି ପ୍ରସ୍ତୁତ କରିଛି l ଯାହାକି ଏ ଅଞ୍ଚଳରୁ ନେତୃତ୍ୱ ଦେବା ପାଇଁ ବୋଧେ ମନସ୍ତ କରିଛି ବୋଲି ଭାରତୀୟ ଜନତା ପାର୍ଟି ଯାହା ଲୋକଲୋଚନରୁ ଜଣାପଡିବା ସହିତ ଅନୁମାନ କରାଯାଉଛି l ଭାରତୀୟ ଜନତା ପାର୍ଟିର ଯେଉଁ ନେତୃତ୍ୱର ଅଭାବ ରହିଥିଲା ବୋଲଗଡ ବେଗୁନିଆରେ ତାହା ଆଜି ଖୋଜିକି ପାଇଛି l ନରେନ୍ଦ୍ର ମୋଦିଙ୍କ ହାତମୁଠା କୁ କିଭଳି ସଶକ୍ତ କରିବା ଏବଂ ଆଗାମୀ ଦିନରେ ବେଗୁନିଆ – ବୋଲଗଡ ନିର୍ବାଚନ ମଣ୍ଡଳୀକୁ ବିଜେପି ତାର ହକ ଜାହିର କରିବ ବୋଲି ଜିଲ୍ଲାସମ୍ପାଦକ ଅକ୍ଷୟ କୁମାର ରାଉତରାୟ ମତବ୍ୟକ୍ତ କରିଥିଲେ l ଶ୍ରୀ ରାଉତରାୟ ଅଞ୍ଚଳବାସୀଙ୍କ ପାଇଁ ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ କରିବା ସହିତ ଚାଷୀମାନଙ୍କ ହକ ପାଇଁ ହୋଇଥିବା ଆନ୍ଦୋଳନ ସାମିଲ ହୋଇ ଆସିଛନ୍ତି, ବେଗୁନିଆ – ବୋଲଗଡକୁ ନିଶାମୁକ୍ତ କରିବା ପାଇଁ ସେ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି l ଏ ଭଳି ବିଭିନ୍ନ କ୍ଷେତ୍ର ଦେଖିବାକୁ ଗଲେ ଭାରତୀୟ ଜନତା ପାର୍ଟି ଜଣେ ଯୁବନେତୃତ୍ୱଙ୍କୁ ବୋଧ ହୁଏ ଆଗାମୀ ଦିନରେ ନେତୃତ୍ୱ ଦେବାପାଇଁ ରଣନୀତି ପ୍ରସ୍ତୁତ କରୁଛି l ଅକ୍ଷୟ କୁମାର ରାଉତରାୟଙ୍କୁ ଯଦି ଆଗାମୀ ଦିନରେ ସୁଯୋଗ ଦିଆଯାଏ ତାହାଲେ ବିଜୟ ସୁନିଶ୍ଚିତ ବୋଲି ଭାରତୀୟ ଜନତା ପାର୍ଟିର ସାଧାରଣ କର୍ମୀ ମାନେ ଆଶାପୋଷଣ କରିବା ସହିତ ନାରାଦେଇଥିଲେ l । ଏହି ୨ଗୋଟି କାର୍ଯ୍ୟକ୍ରମରେ ରାଜ୍ୟ ପରିଷଦ ସଦସ୍ୟ ଲୋତକ ବିନ୍ଦୁ ପଟ୍ଟନାୟକ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶିବ ମିଶ୍ର, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ସୁମିତ୍ରା ବାହିନୀପତି,ସୁବାସ ମିଶ୍ର, ରବୀନ୍ଦ୍ର ପରିଡ଼ା,ପାଂଚଗଡ ମଣ୍ଡଳ ସଭାପତି ଅଶୋକ ରାଉତ,ଦକ୍ଷିଣ ବେଗୁନିଆ ମଣ୍ଡଳ ଯଜ୍ଞାଦତ ସୁନ୍ଦରାୟ,ମଧ୍ୟ ବେଗୁନିଆ ମଣ୍ଡଳ ସଭାପତି ଭଗବାନ ପଣ୍ଡା, ଶାନ୍ତିଶେଖର ମହାପାତ୍ର, ଇ.କର୍ପୁର ସାହୁ, ସଞ୍ଜୟ ମହାପାତ୍ର, ସହଦେବ ସୁବୁଦ୍ଧି,ବିନୋଦ ମହାରଣା,ଜଗବନ୍ଧୁ ମୁଦୁଲି, ଶଶାଙ୍କ ଭୁଜବଳ, ଅଭିମନ୍ୟୁ ପଟ୍ଟନାୟକ, ବ୍ରଜ ସାହୁ, ରୁଦ୍ରନାରାୟଣ ବାହିନୀପତି, ବିପିନ ପାଇକରାୟ,ବଟକୃଷ୍ଣ ବରାଡ,ପ୍ରକାଶ ସାହୁ,ଅଜିତ୍ ବେହେରା,ବିଜୟ ସୁବୁଦ୍ଧି ବାପୁ ସାହୂ, ବସନ୍ତ ପରିଡ଼ା ପ୍ରମୁଖ ଶତାଧିକ କାର୍ଯ୍ୟ କର୍ତ୍ତା ଯୋଗଦେଇଥିଲେ। ବୋଲଗଡ ମଣ୍ଡଳ ଜୋନରେ ପ୍ରକାଶ ରଣବିଜୁଳିଙ୍କ ଆହ୍ୱାନ କ୍ରମେ ଚାଲିଥିବାବେଳେ ତାଳତୁମ୍ବଠାରେ ଯତୀନ ମହାନ୍ତିଙ୍କ ପରାମର୍ଶ କ୍ରମେ ହୋଇଥିବାର ଜଣାପଡୁଛି l ଏଥିରୁ ସ୍ପଷ୍ଟଯେ ବୋଲଗଡ ବିଜେପି ଫାଳ ଫାଳ l


error: Content is protected !!