ସିଦ୍ଧଗିରି ଆଶ୍ରମର ସାଧୁସନ୍ଥ ସମ୍ମିଳନୀ


ଯାଜପୁର ସିଦ୍ଧ ସାଧକ ମହାପୁରୁଷ ହାଡି ଦାସ ଥିଲେ ତତ୍ତ୍ବଦର୍ଶୀ ମାଳିକାକାର ଏବଂ ଛତିଆବଟର ପ୍ରତିଷ୍ଠାତା। ସେ ସଂଖ୍ଯାଧିକ ଚଉତିଶା, ସ୍ତୁତି, ଭବିଷ୍ଯ ମାଳିକା, ସ୍ବର ଶାସ୍ତ୍ର, ଜଣାଣ, ରଥଯାତ୍ରା ଗୀତ ରଚନା କରିଛନ୍ତି। ପଂଚସଖା ଯୁଗର ସନ୍ଥ ହାଡି ଦାସ ଥିଲେ ଦିବ୍ଯଦ୍ରଷ୍ଟା। ୧୭୭୨ ମସିହାରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଛତିଆବଟ ନିକଟସ୍ଥ ଚମ୍ପାପୁର ଗ୍ରାମରେ ପବିତ୍ର ମକର ସଂକ୍ରାନ୍ତି ଦିନ ଜନ୍ମିତ ପୁରାଣ ବର୍ଣ୍ଣିତ ମାଳିକା ପ୍ରସିଦ୍ଧ ମହାପୁରୁଷ ହାଡି ଦାସଙ୍କ ସାଧନା କ୍ଷେତ୍ର ଗୋବିନ୍ଦପୁରସ୍ଥିତ “ସିଦ୍ଧଗିରି ଆଶ୍ରମ”ରେ ବ୍ରହ୍ମଚାରୀ ବିଶ୍ବନାଥ ବାବାଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ସନ୍ଥ ସମ୍ମିଳନୀ ଏବଂ ମହାନ ଭବ୍ୟ ଆଧ୍ଯାତ୍ମିକ ସଭାରେ ପରମହଂସ ବ୍ରହ୍ମାନନ୍ଦ ସରସ୍ୱତୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଂଗସେବକ ନ୍ରୁସିଂହନାରାୟଣ ପୂଜାପଣ୍ଡା ଏବଂ ଭାରତ ପ୍ରସିଦ୍ଧ ସାଧୁ ସନ୍ଥମାନଙ୍କ ଉପସ୍ଥିତିରେ ଆବାଲ୍ୟ ଶିବ ଉପାସକ ଦୈତ୍ୟାରୀ ମହାପାତ୍ର ଙ୍କ ସହିତ ଅନ୍ୟାନ୍ୟ ସାଧୁସନ୍ଥଙ୍କୁ ସମ୍ମାନିତ କରାଯାଇଛି।


error: Content is protected !!