କରଞ୍ଜିଆ କିଆ ଗାଁରେ ଘୂର୍ଣ୍ଣିଝଡ଼ ତାଣ୍ଡବ; ୨ ମୃତ।ହଠାତ୍ ପବନରେ ଉଡ଼ିଲା ଖପର ଘର; ୭୦ରୁ ଊର୍ଦ୍ଧ୍ବ ଘର କ୍ଷତିଗ୍ରସ୍ତ। ୨୦ରୁ ଊର୍ଦ୍ଧ୍ବ ଆହତ, ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ।ଭୟଙ୍କର ପବନରେ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ ଓ ବଡ଼ ବଡ଼ ଗଛ।ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକୁ ବି ପବନରେ ଫିଙ୍ଗି ହୋଇ ପଡ଼ିଲା।ପବନରେ ଉଡ଼ି ଏକ ଅଟୋ ପୋଖରୀରେ ପଡ଼ିଥିବା ସୂଚନା।ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ଘରଦ୍ବାର ଭାଙ୍ଗିବା ସହ ଅଘଟଣ ଘଟାଇଛି । ହଠାତ୍ ପବନ ମାଡ଼ିଆସିବା ସହ ଓ କୁଆ ପଥର ମାଡ଼ ହୋଇଥିଲା । ଯାହା ଫଳରେ ଏହି ତିନୋଟି ଗାଁରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି । ଏହାସହ ପ୍ରବଳ ପବନରେ କଙ୍କଡା ଗାଁ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଏକ ବାଇକ୍ ଓ ସ୍କୁଟରକୁ ମଧ୍ୟ ଉଡ଼ାଇ ନେଇ ଫିଙ୍ଗି ଦେଇଥିବା ଜଣାପଡିଛି । ତେବେ ଘୂର୍ଣ୍ଣିଝଡ଼ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।
ସେପଟେ ଘୂର୍ଣ୍ଣିଝଡ଼ରେ ୨ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା।ଦୁଃଖପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା ନେଇ ଜିଲ୍ଲାପାଳଙ୍କ ସୂଚନା।ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ