ସକ୍ଷମ, ଓଡିଶା ବିକଳାଙ୍ଗ ମଞ୍ଚ ଓ ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ଫଳ ରସ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ


ରାୟଗଡା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):- ରାୟଗଡା ଜ଼ିଲ୍ଲା ସଦରମହକୁମାର ରେ ଥିବା ବ୍ଲକ ଅଫିସ କାର୍ଯ୍ୟାଳୟ ଠାରେ ଜ଼ିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଚାଲିଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ରେ ସକ୍ଷମ, ଓଡିଶା ବିକଳାଙ୍ଗ ମଞ୍ଚ ଓ ରାୟଗଡା ଭିନକ୍ଷମ ମହାସଂଘ ତରଫରୁ ଦିବ୍ୟାଙ୍ଗ, ଶିବିର ର କାର୍ଯ୍ୟରତ ଅଧିକାରୀ ଓ ଏନସିସି ଛାତ୍ରଛାତ୍ରୀ ଙ୍କୁ ଫଳରସ ବଣ୍ଟନ କରାଯାଇଛି | ସକ୍ଷମ ତରଫରୁ ଶ୍ରୀ ଶ୍ୟାମ କୁମାର ଦାଶ ସୂଚନା ଅନୁସାରେ ସକ୍ଷମ ର ରାଜ୍ୟ ସଂଗ୍ରହକ ଡକ୍ଟର ବାଦଲ କୁମାର ତାହା ଙ୍କ ତତ୍ୱାବଧାନ ରେ, ଶ୍ରୀ ବିଦ୍ୟା ପଣ୍ଡା, ଶ୍ରୀ ଏମ ବିଦ୍ୟା ସାଗର ଓ ରାୟଗଡା ଜ଼ିଲ୍ଲା ଭିନକ୍ଷମ ମହାସଙ୍ଘ ର ସମ୍ପାଦକ ଶ୍ରୀ ଜଳେନ୍ଦ୍ର ବାଚେଲି ଙ୍କ ଉପସ୍ଥିତି ରେ ଆନୁମାନିକ ୨୦୦ ଜଣଙ୍କୁ ଫଳ ରସ ବଣ୍ଟନ କରାଯାଇଛି | ଆଜିର ଏହି କାର୍ଯ୍ୟକ୍ରମ ରେ ଏନସିସି ର ଛାତ୍ରଛାତ୍ରୀ ମାନେ ଫଳରସ ବାଣ୍ଟିବାରେ ସହଯୋଗ ମଧ୍ୟ କରିଥିଲେ।


error: Content is protected !!