ଅଙ୍ଗନବାଡ଼ି ଦିଦିଙ୍କ ନାମରେ ଥାନାରେ ଏତଲା ଦେଲା ବିଜେପି


ବିଜେଡି ଦଳୀୟ କାର୍ଯ୍ୟକ୍ରମରେ ବିଜେଡି ଦଳପାଇଁ ପ୍ରଚାର ପ୍ରସାରକୁ ନେଇ ଅଙ୍ଗନୱାଡ଼ି ଦିଦିଙ୍କ ନାମରେ ଥାନାରେ ଏତଲା ବିଜେପି । କଟକ ଜିଲ୍ଲ ନିଆଳି ହାଇସ୍କୁଲ ପଡ଼ିଆରେ ଗତ 26ତାରିଖରେ ବିଜେଡିର 28ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଏଥିରେ ଶହଶହ ବିଜେଡି ଦଳୀୟ କର୍ମୀ, ବିଜେଡି ନେତା ଓ ସ୍ଥାନୀୟ ବିଧାୟକ ଯୋଗଦେଇଥିଲେ । ଏହି ଦଳୀୟ କାର୍ଯ୍ୟକ୍ରମରେ ନିଆଳି ବ୍ଳକର ଆଁଳ ପଞ୍ଚାୟତ ଅଧିନସ୍ଥ କପିଳେଶ୍ୱର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ଲିପିକା ନାୟକ ଏହି କାର୍ଯ୍ୟକ୍ରମରେ ଷ୍ଟେଜ ଉପରକୁ ଯାଇ ବିଜେଡି ଦଳ ଏବଂ ବିଜେଡି ବିଧାୟକଙ୍କ ସପକ୍ଷରେ ଗୁଣଗାନ କରିବା ସହିତ ବିରୋଧୀ ଦଳକୁ ତାତ୍ସଲ୍ୟ କରିଥିବାନେଇ ବିଜେପି ଅଭିଯୋଗ କରିଛି । ସେହି ସଭା ତଳେ ବିଲାସୁଣି ପଞ୍ଚାୟତର ଅଙ୍ଗନବାଡ଼ି କର୍ମୀ ମଳୟ ରାଉତ ତାଳି ମାରି ହସିହସି ଲିପିକା ନାୟକଙ୍କୁ ଉତ୍ସାହିତ କରୁଥିଲେ । ଏହାକୁ ନେଇ ଆଜି ବିଜେପି ନେତା ଛବି ମଲ୍ଲିକ, ବିଜେପି ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ନିଆଳି ଥାନାରେ ପହଞ୍ଚି ଦୁଇ ଅଙ୍ଗନୱାଡ଼ି ଦିଦିଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହିତ CDPO ଓ ନିଆଳି BDO ଙ୍କୁ ଅଭିଯୋଗ ପତ୍ର ଦେଇଥିଲେ । ଅନ୍ୟପଟେ ସାତ ଦିନ ମଧ୍ୟରେ ଯଦି ଦୁଇ ଦିଦିଙ୍କ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ବ୍ଲକ ଘେରାଉ କରାଯିବା ନେଇ ଚେତାବନୀ ଦେଇଛି ବିଜେପି ।


error: Content is protected !!