ବିଶ୍ୱେଶ୍ୱର ବିଦ୍ୟାପୀଠ 1994 ମ୍ୟାଟ୍ରିକ ବ୍ୟାଚ ବନ୍ଧୁମିଳନ


ଯାଜପୁର ( ପ୍ରଦ୍ୟୁମ୍ନ କୁମାର ଓଝା ) – ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିତଳ ସ୍ଥିତ ଐତିହାସିକ ପୀଠ ମା’ ଶିଖରଚଣ୍ଡୀ ପାଦଦେଶରେ ବିଶ୍ୱେଶ୍ୱର ବିଦ୍ୟାପୀଠ, ଚଣ୍ଡିତଳର 1994 ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି I ଦୀର୍ଘ ଅଣତିରିଶ ବର୍ଷ ପରେ ଆୟୋଜିତ ଏହି ବନ୍ଧୁମିଳନରେ ଯୋଗଦେଇ ପ୍ରତ୍ୟେକ ନିଜ ବନ୍ଧୁ ମାନଙ୍କୁ ନିକଟରେ ପାଇଁ ଆତ୍ମ ବିଭୋର ହୋଇ ଉଠିଥିଲେ I ଏହି ବନ୍ଧୁ ମିଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିବା ସୁରେଶ ନାୟକ ଓ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ରୂପ ଦେବାରେ ସହଯୋଗ କରିଥିବା ଶ୍ୟାମ ସୁନ୍ଦର ଦାସ, ବିଶ୍ୱଜିତ ରାଉତ, ଜ୍ଞାନ ରଞ୍ଜନ ନାୟକ, ପ୍ରଦ୍ୟୁମ୍ନ କୁମାର ଓଝାଙ୍କୁ ସମସ୍ତ ବନ୍ଧୁ ଭୁୟସୀ ପ୍ରଶଂସା କରିଥିଲେ I ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରତାପ କୁମାର ବଳ, ପ୍ରଣୟିନୀ ପୃଷ୍ଟି, ପ୍ରଦ୍ୟୁମ୍ନ ଦାସ, ସୁରେଶ ନାୟକ, କବିତା ବେହେରା, ସଂଯୁକ୍ତା ବାରିକ, ନିରଞ୍ଜନ ବେହେରା, ସୁଦର୍ଶନ ସାହୁ, ରଞ୍ଜନ ବାରିକ, ତାପସ ସାମଲ, ସସ୍ମିତା ଦାସ, ରାଜେଶ ଦାସ, ସମରେନ୍ଦ୍ର ସାମଲ, ଗଣେଶ୍ୱର ବରାଳ, ପ୍ରଦ୍ୟୁମ୍ନ କୁମାର ଓଝା, ଶ୍ୟାମ ସୁନ୍ଦର ଦାସ, ବିଶ୍ୱଜିତ ରାଉତ, ଜ୍ଞାନ ରଞ୍ଜନ ନାୟକ ପ୍ରମୁଖ ନିଜ ନିଜର ପରିବାର ସହିତ ଉପସ୍ଥିତ ରହି ବନ୍ଧୁମିଳନର ନିଆରା ମଜା ଉଠାଇଥିଲେ I ଏହି ଅବସରରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା I


error: Content is protected !!