ସ୍ପଷ୍ଟୀକରଣ ରଖି ନବୀନ କହିଛନ୍ତି ଯେ ତାଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦାନଦକ୍ଷିଣା ପାଇଁ ଜଣାଶୁଣା ଥିଲେ। ମାତ୍ର ୩୦ ବର୍ଷ ବୟସରେ ସେ ବିଜ୍ଞାନର ପ୍ରଚାରପ୍ରସାର ପାଇଁ ପ୍ରତିଷ୍ଠିତ ‘କଳିଙ୍ଗ ଯୁନେସ୍କୋ ପୁରସ୍କାର’ ଦାନ କରିଥିଲେ। ଏହି ପରମ୍ପରାକୁ ଆଗକୁ ବଢ଼ାଇ ନିଜ ପରିବାର ବ୍ୟକ୍ତିଗତ ଭାବେ କଟକସ୍ଥିତ ଐତିହାସିକ ‘ଆନନ୍ଦ ଭବନ’କୁ ଓଡ଼ିଶାବାସୀଙ୍କୁ ସମର୍ପଣ କରିଥିବା ସେ ସ୍ମରଣ କରାଇଥିଲେ।
ନିଜର ବ୍ୟକ୍ତିଗତ ଅନୁଭୂତି ବାଣ୍ଟି ନବୀନ କହିଥିଲେ ଯେ ବେକ ଅପରେସନ ପାଇଁ ମୁମ୍ବାଇ ଯିବା ପୂର୍ବରୁ ସେ ଦିଲ୍ଲୀରେ ଅନେକ ବରିଷ୍ଠ ଓକିଲ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (CA)ଙ୍କ ସହ ଆଲୋଚନା କରିଥିଲେ। ସେତେବେଳେ ସେ ବିଜୁ ବାବୁଙ୍କ ସ୍ମୃତିରେ ଏକ ଟ୍ରଷ୍ଟ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଟ୍ରଷ୍ଟ କେବଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଖୋଲାଯାଇଥିଲା ଏବଂ ନିଜର ବ୍ୟକ୍ତିଗତ ପାଣ୍ଠିରୁ ମାତ୍ର ଏକ ଲକ୍ଷ ଟଙ୍କାର ଛୋଟ ଅର୍ଥରାଶିରେ ଏହାର ଶୁଭାରମ୍ଭ କରାଯାଇଥିଲା।
ସେ ଦୃଢ଼ୋକ୍ତି କରି କହିଥିଲେ ଯେ, “ଏହି ଟ୍ରଷ୍ଟର ବିଜେଡି କିମ୍ବା ଦଳୀୟ ପାଣ୍ଠି ସହ କୌଣସି ସମ୍ପର୍କ ନାହିଁ। ଗଣମାଧ୍ୟମରେ ନେଗେଟିଭ୍ ଷ୍ଟୋରୀ ପ୍ରକାଶ ପାଉଥିବାରୁ ମୁଁ ଏହି ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହେଲି।”
ଏହା ସହିତ ସେ ସମ୍ପ୍ରତି ରାଜ୍ୟରେ ଘଟିଥିବା ଅଗ୍ନିକାଣ୍ଡ ପ୍ରସଙ୍ଗରେ ବିଜେପି ସରକାରଙ୍କୁ ଘେରିଥିଲେ। ସେ କହିଥିଲେ, “ମୁଁ କଟକ SCB ମେଡିକାଲ ଯାଇଥିଲି, ସେଠାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା। ମୋ ସରକାର ସମୟରେ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିବାରୁ ସେତେବେଳର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇଥିଲେ। କିନ୍ତୁ ବର୍ତ୍ତମାନ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲେ ବି ବିଜେପି ସରକାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିନାହାନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ।” ସେ ରାଜ୍ୟର ସମସ୍ତ ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକାଳି ପାଇଁ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |