ଗୃହ ମୁଲତବୀ ପରେ ବିରୋଧୀଙ୍କ ଆନ୍ଦୋଳନର ପରିସୀମା ବଢିଥିଲା। ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ପ୍ରତୀକାତ୍ମକ କୋକେଇ ଧରି ଏକ ଶୋଭାଯାତ୍ରା ବାହାର କରିଥିଲେ। ‘ରାମ ନାମ ସତ୍ୟ ହେ’ ନାରାରେ ବିଧାନସଭା ପରିସର ପ୍ରକମ୍ପିତ ହୋଇଥିଲା। ବିରୋଧୀମାନେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା ଅଭିଯୋଗ ଆଣିଛନ୍ତି।ଏହି ଘଟଣାକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ରାଜ୍ୟ ସରକାରଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ଏହା ଆୟୁଷ୍ମାନ ଯୋଜନା ନୁହେଁ ବରଂ ଶ୍ମଶାନ ଯୋଜନାରେ ପରିଣତ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ଏବେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଯାଇଥିବା ବିରୋଧୀଙ୍କ ଅଭିଯୋଗ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ