ପୋଲସରା ବ୍ଲକ୍ ଅନ୍ତର୍ଗତ ଜା. ଡେଙ୍ଗାପଦର ଗ୍ରାମର ନୀଳ ଭୂୟାଁ (ବୟସ – ୪୦) ସୁରାଟ ଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଏବଂ ଉକ୍ତ ଗ୍ରାମର ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବାବୁନି ମଳୀକ କୁ ଭେଟି ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି।


error: Content is protected !!