ବରଗଡ଼ ର କିଛି ସାମ୍ବାଦିକ ଓ ବୁଦ୍ଧିଜୀବିମାନେ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ବରଗଡ଼ରେ ନିଶା କାରବାର ସମ୍ବନ୍ଧରେ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।
ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା ଆଗାମୀ ଦିନରେ ବରଗଡ଼କୁ ସମ୍ପୁର୍ଣ୍ଣ ଭାବେ ନିଶା ମୁକ୍ତ କରିବା ପାଇଁ ବଦ୍ଧପରିକର ବୋଲି ପ୍ରକାଶ କରିଥିଲେ ।
ବରିଷ୍ଠ ସାମ୍ବାଦିକ ତଥା ବିଶିଷ୍ଟ ସମାଜସେବୀ ଜନ୍ ନିଉଟନ ସିଂହ ଙ୍କ ନେତୃତ୍ବରେ ଯାଇଥିବା ପ୍ରତିନିଧି ମଣ୍ଡଳୀ ରେ ପ୍ରତିଦିନ ର ଜିଲ୍ଲା ପ୍ରତିନିଧି ଶ୍ରୀ ତୁଳସୀ ଚରଣ ଦାଶ, ସର୍ବଶ୍ରୀ ଚୈତନ୍ୟ ପାଇକ,ଡ. ଡୋଳାମଣୀ ଶତପଥୀ, ରାଜେଶ ବାରିକ ତଥା ସମାଜସେବୀ ମାମୀ ମିଶ୍ର ଯୋଗ ଦେଇ ଉକ୍ତ ସାକ୍ଷାତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

More Stories
ଝାରସୁଗୁଡାରେ ବ୍ରାଉନ ସୁଗର ସହ ୫ ଗିରଫ |
ଓଡ଼ିଆ ଯୁବଙ୍କ ମନ କିଣି ନେଲେ ବିଦେଶନୀ |
ଖୋର୍ଦ୍ଧା ତହସିଲଦାରଙ୍କ ବଦଳି ଦାବୀରେ ଅଟଳ ଜନତା |