ପବିତ୍ର ହିନ୍ଦୁ ନବବର୍ଷ ରେ ସାରା ବିଶ୍ୱର ମଙ୍ଗଳ କାମନାର୍ଥେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବାରଦିଆ ଗ୍ରାମରେ ଆଜିଠାରୁ ନବଦିବସୀୟ ଶ୍ରୀରାମ ଚରିତ ମାନସ ପାରାୟଣ ଓ ଅଷ୍ଟମ ପ୍ରହରୀ ନାମଯଜ୍ଞ ମହୋତ୍ସବ ମହାସମାରୋହରେ ବହୁ ଶ୍ରଦ୍ଧାଳୁ ମାନଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ବାରଦିଆ ଗ୍ରାମର ଶ୍ରୀ ହନୁମାନ ମନ୍ଦିର ପାଶ୍ୱର୍ରେ ଥିବା ପବିତ୍ର ପୁଷ୍କରିଣୀ ରୁ ଶତାଧିକ ମହିଳା, ଯୁବତୀ ଓ ଛୋଟ ପିଲାମାନେ ଜଳପୂର୍ଣ୍ଣ ଘଟ ଧାରଣ କରି ଶଙ୍ଖ, ହୁଳହୁଳି ଓ ହରିନାମ ସଂକୀର୍ତ୍ତନ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ମନ୍ଦିର ପରିସରରେ ପହଞ୍ଚିବା ପରେ ରୀତିନୀତି ଅନୁସାରେ ଘଟସ୍ଥାପନ କରାଯାଇଥିଲା। ଶ୍ରୀ ରାମଚରିତ ମାନସ ପାରାୟଣ ସମିତି,ବାରଦିଆ ପକ୍ଷରୁ ଆୟୋଜିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତିଦିନ ସୂର୍ଯ୍ୟ ପୁଜା, ପାରାୟଣ, ସନ୍ଧ୍ୟା ଆଳତି,ଓ ବରେଣ୍ୟ ଆଧ୍ୟାତ୍ମିକ ପ୍ରବକ୍ତା ଙ୍କ ଦ୍ଵାରା ପ୍ରବଚନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଗ୍ରାମ ର ଆବାଳବୃଦ୍ଧବନିତା ଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି।

More Stories
ଲାଖବହାଲି ଠାରେ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ସମ୍ପନ୍ନ |
ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ଖୋର୍ଦ୍ଧା, ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଭବ୍ୟ ଶୋଭାଯାତ୍ରା ||
ପବିତ୍ର ରାମ ନବମୀ ଅବସରରେ ବିଶାଳ ଶୋଭା ଯାତ୍ରା |