ଭବନେଶ୍ୱର, ୨୧ ମାର୍ଚ୍ଚ ୨୦୨୬: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍(ନାଲକୋ)ର ସିଏସଆର ଶାଖା, ‘ନାଲକୋ ଫାଉଣ୍ଡେସନ’ ମାଧ୍ୟମରେ ଭୁବନେଶ୍ୱର ସ୍ଥିତ ନାଲକୋନଗରଠାରେ ଦିବ୍ୟାଙ୍ଗଜନଙ୍କ ପାଇଁ ଏକ ସହାୟକ ଉପକରଣ ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ୍ କାର୍ୟ୍ୟାଳୟ ପାରିପାର୍ଶ୍ଵିକ ଅଂଚଳରେ ଥିବା ସାଲିଆସାହି ବସ୍ତିରୁ ଚିହ୍ନଟ ହୋଇଥିବା ୬୪ ଜଣ ହିତାଧିକାରୀଙ୍କୁ ମୋଟ ୧୦୦ଟି ସହାୟକ ଉପକରଣ ବଣ୍ଟନ କରାଯାଇଛି।ଡକ୍ଟର ତାପସ କୁମାର ପଟ୍ଟନାୟକ, ନିର୍ଦ୍ଦେଶକ (ମାନବ ସମ୍ବଳ) ଏହି ଶିବିରର ଉଦ୍ଘାଟନ କରିଥିଲେ। ଶ୍ରୀ ଆଶୁତୋଷ ରଥ, କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ), ନାଲକୋ ତଥା ନାଲକୋ ଫାଉଣ୍ଡେସନ ଏବଂ ଭାରତୀୟ କୃତ୍ରିମ ଅଙ୍ଗ ଉତ୍ପାଦନ ନିଗମ (ଆଲିମକୋ) ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଦିବ୍ୟାଙ୍ଗଜନଙ୍କ ଚଳପ୍ରଚଳକୁ ସୁଗମ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ସିଏସଆର କାର୍ୟ୍ୟକ୍ରମ ମାଧ୍ୟମରେ ବିଭିନ୍ନ ୟୁନିଟଗୁଡ଼ିକରେ ସହାୟକ ଉପକରଣ ବଣ୍ଟନ ଶିବିରଗୁଡ଼ିକ ଆୟୋଜିତ ହୋଇଯାଇଛି। ଏହି କ୍ରମରେ, ମୋଟ ୪୯୦ ଜଣ ବ୍ୟକ୍ତିଙ୍କୁ ପ୍ରାୟ ୮୨୦ଟି ସହାୟକ ଉପକରଣ ବଣ୍ଟନ କରାଯାଇଛି ଯାହାର ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ଅଟେ। ଦିବ୍ୟାଙ୍ଗଜନଙ୍କ ଗତିଶୀଳତା, ସୁଗମତା ଏବଂ ଜୀବନ ଧାରଣର ମାନକୁ ଉନ୍ନତ କରିବା ଏବଂ ସ୍ୱତନ୍ତ୍ର ସିଏସଆର ହସ୍ତକ୍ଷେପ ମାଧ୍ୟମରେ ନାଲକୋ ଏହାର ପାରିପାର୍ଶ୍ଵିକ ଅଂଚଳରେ ବସବାସ କରୁଥିବା ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ ଅଟେ।

More Stories
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି।
ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।
୬ ବିଜେଡ଼ି ବିଧାୟକ ନିଲମ୍ବନ।