ଗ୍ରୀଷ୍ମ ଆରମ୍ଭ ରୁ ପିଇବା ପାଣିର ଅଭାବ, ପୋଖରୀ ପାଣି ଗ୍ରାମବାସୀ ଙ୍କ ସାହା ଭରସା, ତୁରନ୍ତ ପାଣି ସମସ୍ୟା ସମାଧାନ ନହେଲେ କାର୍ଯ୍ୟରତ ଠିକାଦାରଙ୍କ ଜେସିବି ଅଟକ, ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧୀନ ବଜାରପୁର ଗ୍ରାମପଂଚାୟତର ଷଣ୍ଢଗଡା ଗ୍ରାମରେ ଗ୍ରୀଷ୍ମ ଋତୁ ଆରମ୍ଭରୁ ପାନୀୟ ଜଳ ସମସ୍ୟା ଭୟାବହ ରୂପ ନେଇଛି।ପ୍ରାୟ ୪୦୦ ପରିବାର ଏହି ସମସ୍ୟାରେ ପ୍ରଭାବିତ ହୋଇ ପିଇବା ପାଣି ପାଇଁ ଦିନକୁ ଦିନ ଅସହାୟ ଅବସ୍ଥାରେ ରହୁଛନ୍ତି। ସରକାରୀ ରେକର୍ଡ ଅନୁସାରେ ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା କଥା ଦର୍ଶାଯାଉଥିବା ବେଳେ, ବାସ୍ତବ ଚିତ୍ର ସମ୍ପୂର୍ଣ ଓଲଟା । ଅଧା ପନ୍ତରିଆ ଭାବେ କାର୍ଯ୍ୟ।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଥିବା ବେଳେ ଲୋକଙ୍କ ପାଖରେ ଆଜି ଭଳି ଦିନରେ ପିଇବା ପାଣି ପହଂଚି ପାରୁନାହିଁ, ନିମ୍ନ ମାନର ପାଇପ ବିଛାଣ ପାଇଁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି,ପାଇପ ଲାଇନ୍ ସଠିକ ଭାବେ ବିଛାଯାଇନାହିଁ ଏବଂ ଅନେକ ସ୍ଥାନରେ ଅଧା ପନ୍ତ ରିଆ କାର୍ଯ୍ୟ କୁ ଛାଡି ଠିକାଦାର ଫେରାର ହେଇ ଯାଉଛନ୍ତି ଅଭିଯୋଗ ପରେ ମଧ୍ୟ ବିଭାଗୀୟ ଅଧିକାରୀ ହଉ ଦେଖିବା କହି କୌଣସି ପଦକ୍ଷେପ ନେଉ ନାହାନ୍ତି ଫଳରେ ଲୋକମାନେ ପୋଖରୀ ରୁ ପାଣି ଆଣି ପିଇବାକୁ ବାଧ୍ୟ ହେଉଛନ୍ତି।ଏହି ପୋଖରୀ ପାଣି ପିଇବା ଫଳରେ ଛୋଟ ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ବାନ୍ତି, ଡାଏରିଆ, ଚର୍ମ ରୋଗ ଭଳି ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଷଣ୍ଢଗଡା ଗ୍ରାମର ପ୍ରହଲ୍ଲାଦ ସ୍ୱାଇଁ, ଅମୁଲ୍ୟ ମହାକୁଡ଼, ରଞ୍ଜନ ସ୍ୱାଇଁ, କୈଳାଶ, ସଚିତ୍ର ବେହେରା, ଅର୍ଜୁନ ମାଝୀ ଙ୍କ ସମେତ ଶତାଧିକ ଗ୍ରାମବାସୀମାନେ ଏହାକୁ ନେଇ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ପ୍ରକଳ୍ପ କମ୍ପାନୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ସମନ୍ୱୟ ର ଅଭାବ ପାଇଁ ଅଂଚଳ ବାସି ପିଇବା ପାଣି ପାଇଁ ଅସୁବିଧା ଭୋଗ କରୁଛନ୍ତି।ଗ୍ରାମବାସୀମାନେ ବହୁଥର ସମ୍ପର୍କିତ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆ ଯାଇ ନାହିଁ । ଏହା ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ୁଛି।ଏହି ଗୁରୁତର ପରିସ୍ଥିତିରେ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଶୀଘ୍ର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ ସେମାନେ ଆମରଣ ଆନ୍ଦୋଳନରେ ବସିବେ। ସ୍ଥାନୀୟ ଲୋକଙ୍କ ଦାବି ହେଉଛି, ମେଗା ପାନୀୟ ଜଳ ପ୍ରକଳ୍ପର ସଠିକ ତଦନ୍ତ କରାଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉ। ସେହିପରି, ଶୀଘ୍ର ଶୁଦ୍ଧ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

More Stories
ବାଲିଅନ୍ତା ମବ୍ ଲିଞ୍ଚିଙ୍ଗ୍ ଘଟଣାରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ କ୍ଷୁବ୍ଧ
ଗୋଚାଲାଣକୁ ରୋକିଲେ ଶ୍ରୀ ରାମ ଗୋସେବା ସମିତିର ସଦସ୍ୟ – ପହଞ୍ଚିଲେ ବିଧାୟକ,୭୮୦ ଗୋରୁ ଉଦ୍ଧାର ।
ପରଲୋକରେ ଅବସର ପ୍ରାପ୍ତ ସୈନିକ |