March 21, 2026

Now Odisha

Now Odisha

ଅଦିନିଆ ବର୍ଷାରେ ୨ଦିନ ହେଲା ୨ଟି ସମବାୟ ସମିତିରେ ଭିଜୁଛି ହଜାର ହଜାର ଧାନବସ୍ତା, ମାସେ ହେଲା ରାତିସାରା ଉଜାଗର ରହି ଜଗି ରହିଛନ୍ତି ଶହଶହ ଚାଷୀ, ପ୍ରଶାସନ ନିଦାବିଷ୍ଣୁ

Spread the love

ଭଦ୍ରକଜିଲରେ ଗତ ଶୁକ୍ରବାର ବିଳମ୍ବିତ ରାତିରୁ ଶନିବାର ସକାଳ ଯାଏଁ ଅଦିନିଆ ବର୍ଷା ଲାଗି ରହିଥିବାରୁ ଚାନ୍ଦବାଲି ବ୍ଲକର ଆରଡି ସମବାୟ ସମିତି ଓ ସୁନ୍ଦରପୁର ସମବାୟ ସମିତିରେ ପଡିରହିଥିବା ହଜାରହଜାର ଧାନବସ୍ତା ୨ଦିନ ହେଲା ଭିଜୁଛି। ଏହି ୨ଟି ସମବାୟ ସମିତିରେ ମାସମାସ ଧରି ଚାଷୀଙ୍କ ସମସ୍ୟା ଲାଗି ରହିଥିଲେ ମଧ୍ୟ ନାଁ ବୁଝୁଛି ପ୍ରଶାସନ ନା ବୁଝୁଛନ୍ତି ସରକାର।ସୂଚନା ଅନୁଯାୟୀ ଚାନ୍ଦବାଲି ବ୍ଲକର ଆରଡି , ନାନ୍ଦପୁର , ସୁନ୍ଦରପୁର, ଓଳଗ ୪ଟି ପଂଚାୟତର ୨୧ଟି ଗାଁର ଚାଷୀମାନଙ୍କର ୨ଟି ସମବାୟ ସମିତିରେ ଧାନ ଉଠୁ ନଥିବାରୁ ଧାରକରଜ କରି ଶହଶହ ଚାଷୀ ଅମଳ ହୋଇଥିବା ହଜାରହଜାର ବସ୍ତା ଧାନ ମଣ୍ଡି ଓ ରାସ୍ତାରେ ପଡ଼ି ରହିଛି। ବିଶେଷକରି ମଣ୍ଡିରେ ଆବଶ୍ୟକ ଅନୁଯାୟୀ ଜାଗା ନଥିବାରୁ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ପାର୍ଶ୍ୱରେ ହଜାରହଜାର ଧାନ ବସ୍ତା ପଡି ରହିଥିବାରୁ ଆଗନ୍ତୁକ ଭକ୍ତଙ୍କ ଗାଡି ସହ ଦୈନନ୍ଦିନ ଯାତାୟତ କରୁଥିବା ବସ ଓ ଛୋଟ ଗାଡି ଯାତାୟାତରେ ସମସ୍ୟା ଦେଖାଦେଉଛି। ଏପରିକି ୫ଶହ ମିଟର ଯାଏଁ ରାସ୍ତାରେ ଧାନ ବସ୍ତା ପଡି ରହିଥିବାରୁ ଏକ ମାସରୁ ଉର୍ଦ୍ଧ ହେବ ଶହଶହ ଚାଷୀ ରାତି ଉଜାଗର ରହି ଧାନ୍ୱସ୍ତାକୁ ଜଗି ରହୁଛନ୍ତି। ଗତ ଶୁକ୍ରବାର ଠାରୁ ଲାଗି ରହିଥିବା ବର୍ଷାରେ ଭିଜି ଥିବା ଧାନ କିଏ ଫେରାଇ ନେଉଛି ତ ଆଉ କିଏ ଖରାରେ ଶୁଖାଉଛି ଚାଷୀଙ୍କ ପାଖରେ ଆବଶ୍ୟକତା ଅନୁଯାୟୀ ସୁରକ୍ଷିତ ଜାଗା ନଥିବାରୁ ଧାନ ବିକ୍ରି ପାଇଁ ଆଣିଥିବା ଧାନ ବସ୍ତା କିପରି ବିକ୍ରି କରିବେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି। ଏପରି ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନ ନଜର ଦେବା ତ ଦୂରର କଥା ଅଭିଯୋଗ କଲେ ଚାଷୀଙ୍କୁ ନାଲି ଆଖି ଦେଖାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

error: Content is protected !!