ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୬ଜଣ ବିଜେଡି ବିଧାୟକଙ୍କ ଦଳରୁ ନିଲମ୍ବନ କରାଯାଇଛି। ଚିଠି ମାଧ୍ୟମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ନିଲମ୍ବନ କରିଛନ୍ତି।ଶନିବାର ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ କରିଥିବା ୬ ଜଣ ବିଜେଡ଼ି ବିଧାୟକଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀରଞ୍ଜନ ତ୍ରିପାଠୀଙ୍କୁ ନିଲମ୍ବନ କରାଯାଇଛି।
ଦଳବିରୋଧୀ କାର୍ଯ୍ୟକଳାପ ଓ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କାରଣରୁ ସେମାନଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏନେଇ ସେମାନଙ୍କୁ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦେଇଥିବା ଚିଠିର ଉତ୍ତରକୁ ମଧ୍ୟ ତର୍ଜମା କରାଯାଇଥିବା ଉଲେଖ ହୋଇଛି। ଗତକାଲି ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ଗତ ୧୭ତାରିଖରେ ଦଳର ୬ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନୋଟିସ ଜାରି କରିଥିଲେ।
ରାଜ୍ୟସଭା ନିର୍ବାଚନ ପରେ ବିରୋଧୀ ବିଜୁ ଜନତା ଦଳ କ୍ରସ ଭୋଟିଂ କରିଥିବା ୬ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ୬ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ। ସେମାନଙ୍କୁ ଶୁକ୍ରବାର ଭିତରେ ଏନେଇ ଉତ୍ତର ରଖିବାକୁ କୁହାଯାଇଥିଲା। ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଜବାବ ରଖିବାକୁ ନୋଟିସରେ କୁହାଯାଇଥିଲା। ଶୁକ୍ରବାର ଅପରାହ୍ନରେ ସେମାନେ ପ୍ରମିଳାଙ୍କୁ ଚେତାବନା ମୂଳକ ଜବାବ ଦେଇ ମୁଖ୍ୟ ସଚେତକଙ୍କ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ପ୍ରମିଳା ଆଇନ ଅନୁଯାୟୀ ବର୍ଷେ ଗିରଫ ହେବେ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ ୬ ବିଧାୟକ।

More Stories
ଇରାନ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହେଲେ ପିଏମ୍ ମୋଦି।
ମହିଳାଙ୍କ ମୃତ ଦେହ ରେଳ ଧାରଣାରୁ ଉଦ୍ଧାର, ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ।
ଅଦିନିଆ ବର୍ଷାରେ ୨ଦିନ ହେଲା ୨ଟି ସମବାୟ ସମିତିରେ ଭିଜୁଛି ହଜାର ହଜାର ଧାନବସ୍ତା, ମାସେ ହେଲା ରାତିସାରା ଉଜାଗର ରହି ଜଗି ରହିଛନ୍ତି ଶହଶହ ଚାଷୀ, ପ୍ରଶାସନ ନିଦାବିଷ୍ଣୁ