ଭୁବନେଶ୍ୱର, ୨୧/୦୩ : ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛି ପୁଲିସ ପ୍ରଶାସନ । ଆସନ୍ତା ମାସରୁ ଆରମ୍ଭ ହେଉଛି ସ୍ୱତନ୍ତ୍ର ନିଶାମୁକ୍ତ ଅଭିଯାନ । ଲକ୍ଷ୍ୟ ରଖାଯାଇଛି ଆଗାମୀ ତିନି ବର୍ଷ ଭିତରେ ସଂପୂର୍ଣ୍ଣ ରାଜ୍ୟରୁ ନିଶା ଦ୍ରବ୍ୟର ମୂଳୋତ୍ପାଟନ। ମାଓମୁକ୍ତ ପରେ ପରେ ଓଡ଼ିଶାକୁ ନିଶାମୁକ୍ତ କରିବାକୁ ପଣ କରିଛି ପୁଲିସ ପ୍ରଶାସନ।
ନିଶା ମାଫିଆଙ୍କୁ ଯେଉଁଠି ଦେଖୁଛ ତାଙ୍କୁ ବନ୍ଧାଯିବ। ରାଜ୍ୟର ସମସ୍ତ ଏସପି ଓ ଏସଟିଏଫଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି। ଏପ୍ରିଲ ପହିଲାରୁ ରାଜ୍ୟରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ। ଆସନ୍ତା ୩ ବର୍ଷ ଭିତରେ ନିଶା ବା ଗଞ୍ଜେଇର ମୂଳପୋଛ ଲକ୍ଷ୍ୟ ରହିଛି । ୩ ମାସ ଭିତରେ ସମସ୍ତ ନିଶା ଦ୍ରବ୍ୟ ନଷ୍ଟ କରିବାକୁ ଯୋଜନା କରାଯାଇଛି ।
କଲେଜ କିମ୍ୱା ସ୍କୁଲ କ୍ୟାମ୍ପସର ୫୦୦ ମିଟର ପରିଧି ଭିତରେ ନିଶା ଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗୁ ହୋଇଛି। ସାଧାରଣ ଲୋକ ନିଶା ବାବଦରେ ଖବର ପାଇବା ମାତ୍ରେ ୧୧୨, ନିକଟସ୍ଥ ଥାନା କିମ୍ୱା ଜିଲ୍ଲା ଏସପିଙ୍କୁ ଖବର ଦେଇପାରିବେ। ଏପ୍ରିଲ ୧ ୨୦୨୬ରୁ ଏପ୍ରିଲ ୧- ୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଡିଜିପି । ନିର୍ଦ୍ଦେଶ ପାଇବା ପରେ ଖୋର୍ଦ୍ଧାର ଅଭ୍ୟାସଗତ ନିଶା ବେପାରୀ ଓ ମହିଳା ନିଶା ବେପାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ଅଭ୍ୟାସଗତ ନିଶା ବେପାରୀଙ୍କୁ ପିଟିଏଣ୍ଡିପିଏସ ଆକ୍ଟରେ ବୁକ୍ କରାଯିବ। ମାଫିଆଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମାଟିରେ ମିଶିବ ବୋଲି ଚେତାବନୀ ଦେଇଛି ଖୋର୍ଦ୍ଧା ପୁଲିସ । ନିଶା ମାଫିଆଙ୍କୁ ସାବାଡ କରିବା ପାଇଁ ରାଜ୍ୟରେ ଚାଲିଛି ଅପରେସନ ପ୍ରହାର । (ଲୋୟର ରାଜ୍ୟରୁ ୨୮ଶହ କୋଟି ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଆଣ୍ଟି ନକ୍ସଲ ଅପରେସନ୍ ବେଳେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଛି I ଯାହା ମାଓବାଦୀଙ୍କ ମେରୁଦଣ୍ଡ ଥିଲା I ସିନ୍ଥେଟିକ ଡ୍ରଗ୍ସ, ହିରୋଇନ ଆଦି ପଡ଼ୋଶୀ ରାଜ୍ୟରୁ ଆସୁଛି I ବ୍ରାଉନସୁଗାରର ବିକ୍ରି ବଢ଼ୁଛି I ଏହାକୁ ରୋକିବା ବଡ ଆହ୍ବାନ।

More Stories
ବନ୍ୟଜନ୍ତୁ ପ୍ରେମୀଙ୍କ ଲାଗି ଖୁସି ଖବର: ଜନ୍ମ ହେଲା ହାତୀ ଛୁଆ
ବସଷ୍ଟାଣ୍ଡ ନାହିଁ, ରାଜପଥରେ ‘ଆମ ବସ’ ପାର୍କିଂ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ