ଆଇପିଏଲ୍ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗତଥରର ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଫ୍ରାଞ୍ଚାଇଜ୍ ଏବେ ବିକ୍ରି ହୋଇଯାଇଛି। ଆଦିତ୍ୟ ବିର୍ଲା ଗ୍ରୁପ, ଦି ଟାଇମ୍ସ ଅଫ ଇଣ୍ଡିଆ ଗ୍ରୁପ, ବୋଲ୍ଟ ଭେଞ୍ଚର୍ସ ଏବଂ ବ୍ଲାକଷ୍ଟୋନ ମିଳିତ ଭାବେ ଏହି ଦଳକୁ କିଣିଛନ୍ତି।ଏହି ଚୁକ୍ତି ପରେ ଆରସିବି ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଦଳ ପାଲଟିଛି।
TOI ରିପୋର୍ଟ ଅନୁଯାୟୀ, ଆରସିବିକୁ ୧.୭୮ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ପ୍ରାୟ ୧୬,୬୬୦ କୋଟି ଟଙ୍କାରେ କିଣାଯାଇଛି। ୟୁନାଇଟେଡ ସ୍ପିରିଟ୍ସ ଲିମିଟେଡ ଠାରୁ ଏହି ୧୦୦ ପ୍ରତିଶତ ଅଂଶଧନ କିଣାଯାଇଛି। ତେବେ ଆଦିତ୍ୟ ବିର୍ଲା ଗ୍ରୁପ୍ର ନିର୍ଦ୍ଦେଶକ ଆର୍ଯ୍ୟମନ ବିକ୍ରମ ବିର୍ଲା ଆରସିବିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।
୨୦୦୮ରେ ଯେତେବେଳେ ଆଇପିଏଲ ଆରମ୍ଭ ହୋଇଥିଲା, ୟୁନାଇଟେଡ ସ୍ପିରିଟ୍ସ ଏହାକୁ ମାତ୍ର ୧୧୧.୬ ମିଲିୟନ ଡଲାରରେ କିଣିଥିଲା। ଏବେ ଏହାର ମୂଲ୍ୟ ପ୍ରାୟ ୧୬ ଗୁଣ ବୃଦ୍ଧି ପାଇଛି। ଯଦିଓ ଏହି ଡିଲ ଚୂଡ଼ାନ୍ତ ହୋଇସାରିଛି, ତଥାପି ବିସିସିଆଇ (BCCI), ଆଇପିଏଲ ପରିଚାଳନା କମିଟି ଏବଂ ଭାରତୀୟ ପ୍ରତିଯୋଗିତା ଆୟୋଗ (CCI) ରୁ ଆନୁଷ୍ଠାନିକ ମଞ୍ଜୁରୀ ମିଳିବା ବାକି ଅଛି। ଏହି ଚୁକ୍ତିରେ ଆରସିବିର ପୁରୁଷ ଏବଂ ମହିଳା ଉଭୟ ଦଳ ସାମିଲ ଅଛନ୍ତି। ଏନେଇ କୁମାର ମଙ୍ଗଳମ ବିର୍ଲା ବୟାନରେ କହିଛନ୍ତି ଯେ, ‘ଆଇପିଏଲ ଏବେ ଏକ ଗ୍ଲୋବାଲ ପାୱାରହାଉସ। ଆମେ ଆରସିବିର ଐତିହ୍ୟକୁ ଆହୁରି ଆଗକୁ ନେବା ପାଇଁ ପ୍ରତିବଦ୍ଧ।’
ସୂଚନାଯୋଗ୍ୟ, ଆରସିବି ପୂର୍ବରୁ ରାଜସ୍ଥାନ ରୟାଲ୍ସ (RR) ମଧ୍ୟ ବିକ୍ରି ହୋଇସାରିଛି। ଆମେରିକୀୟ ବ୍ୟବସାୟୀ କଲ ସୋମାନୀ ପ୍ରାୟ ୧୫,୨୮୬ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସକୁ କିଣିଛନ୍ତି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ