March 24, 2026

Now Odisha

Now Odisha

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ।

Spread the love

ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର ସୁନୀଲ ସ୍ବାଇଁଙ୍କୁ ଦିଗପହଣ୍ଡି ପୋଲିସ ମଙ୍ଗଳବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛଛି। ମାମଲା ନଂ.୧୨୬/୨୬ ଭାରତୀୟ ନ୍ୟାୟ ସଂହିତା ର ଧାରା -୨୯୬/୩୫୧(୨)/୧୦୯/୧୧୫(୨) ସମେତ ମାରଣାସ୍ତ୍ର ଆଇନର ଧାରା – ୨୫(୧)(କ)/୨୭ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଦିଗପହଣ୍ଡିର ପ୍ରଦୀପ କୁମାର ଗୌଡ଼ ପୁଞ୍ଜିକଂୟା ସ୍ଥିତ ଏକ ଦୋକାନରେ କାମ କରନ୍ତି। ପ୍ରଦୀପଙ୍କ ସୁପାରିଶରେ କାଳିଆ କିଛିଦିନ ପୂର୍ବେ ଘରକାମ ପାଇଁ ପ୍ଲାଏ ଓ କଲର ପେଇଣ୍ଟ ଦୋକାନରୁ ନେଇଥିଲେ। ବକେୟା ବାବଦକୁ ୮ ହଜାର ଟଙ୍କା ପରିଶୋଧ କରି ନ ଥିଲେ। ସୋମବାର ସା ପ୍ରାୟ ୭ ଟାରେ ପ୍ରଦୀପ କାଳିଆଙ୍କୁ ବକେୟା ଟଙ୍କା ପରିଶୋଧ ପାଇଁ କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହେବାସହ ଧସ୍ତାଧସ୍ତି ହୋଇଥିଲା। କାଳିଆଙ୍କ ଭାଇ ବଳିଆ ଓ ତାଙ୍କ ସହଯୋଗୀ ସୁନୀଲ ଏକ ସ୍କୁଟିରେ ସେଠାକୁ ଆସି ପ୍ରଦୀପ ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବଳିଆ ଧରିଥିବା ଏକ ଖଣ୍ଡାରେ ତାଙ୍କୁ ହାଣିବା ପାଇଁ ଉଦ୍ୟମ କରିବା ବେଳେ ସେଠାରେ ଉପସ୍ଥିତ ଥିବା କେଶବ ଗୌଡଙ୍କୁ ବାଜିଥିଲା। ଲୋକ ଗହଳି ହୋଇଯିବାରୁ ସେମାନେ ସେଠାରୁ ପଳାଇଥିଲେ। ଅଭିଯୁକ୍ତମାନେ ସେଠାରୁ ଗଲା ବେଳେ ପ୍ରଦୀପଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ପ୍ରଦୀପ ଥାନାରେ ଏତଲା ଦେବାପରେ ପୋଲିସ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଥାନାକୁ ଉଠାଇ ନେଇଥିଲେ। ତଦନ୍ତକାରୀ ଅଧିକାରୀ ଏସଆଇ ରାଜ କିଶୋର ପାତ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ସେମାନଙ୍କ ନିକଟରୁ ଏକ ଖଣ୍ଡା ଜବତ କରାଯାଇଛି।କାଳିଆ ଏବଂ ବଳିଆ ଦୁଇ ଭାଇ ଙ୍କ ନାଁ ରେ ପୂର୍ବରୁ ଦିଗପହଣ୍ଡି ଥାନାରେ ବୋମାମାଡ଼,ଡକାୟତି ଭଳି ଏକାଧିକ ସଙ୍ଗୀନ ମାମଲା ରହିଥିବା ଆଇଆଇସି କିଶୋର କୁମାର ସାମଲ କହିଛନ୍ତି।

error: Content is protected !!