March 24, 2026

Now Odisha

Now Odisha

ଦୁର୍ଘଟଣାରେ ଚାଲିଗଲା ଦମ୍ପତିଙ୍କ ଜୀବନ।

Spread the love

ଜଗତ୍‌ସିଂହପୁର: ମଙ୍ଗଳବାର ଜଗତସିଂହପୁର ବାଲିକୁଦା ଜାତୀୟ ରାଜପଥ ୫୫ର ଡେଙ୍ଗାପୋଲ ଫକିରପଡା ଠାରେ ଏକ ବାଇକ୍ ସହ ଆଳୁ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ବାଇକ୍‌ରେ ଥିବା ବାଲିକୁଦା ଥାନା ବରମୁଣ୍ଡଳି ପଞ୍ଚାୟତ ଅନ୍ତର୍ଗତ ବାଲିଜୋରୀ ଗ୍ରାମର ଦମ୍ପତି ବିଚିତ୍ରାନନ୍ଦ ବେହେରା ଓ ଲିପିକା ବେହେରାଙ୍କ ମୃତ ହୋଇଛି। ତେବେ ଆଳୁ ଟ୍ରକ୍‌ର ଚାଳକ ଦୁର୍ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ।ବାଲିକୁଦା ପୁଲିସ ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ଆଳୁ ଟ୍ରକ୍ ଓ ବାଇକ୍‌କୁ ଜବତ କରି ଥାନାକୁ ନେଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ମୃତ ପତ୍ନୀ ଲିପିକାଙ୍କ ଭାଇ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କ୍ରମେ ପୁଲିସ ଥାନାରେ ଦୂର୍ଘଟଣା ମାମଲା ନଂ. ୧୨୬/୨୦୨୬ ରୁଜୁ କରି ତଦନ୍ତ ଜାରି ରଖିବା ସହ ମୃତ ଦମ୍ପତିଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଗ୍ରାମରେ ଦମ୍ପତିଙ୍କ ମୃତ ଶରୀର ପହଞ୍ôଚବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ, ଆଜି ପୂର୍ବାହ୍ନ ବାଲିଜୋରୀ ଗ୍ରାମର ବିଚିତ୍ରାନନ୍ଦ ବେହେରା ତାଙ୍କ ବାଇକ ନଂ. ଓଆର-୨୧ଇ-୪୮୭୩ରେ ପତ୍ନୀ ଲିପିକା ବେହେରାଙ୍କୁ ବସାଇ ଜଗତସିଂହପୁର ଆସୁଥିବା ସମୟରେ ବାଲିକୁଦା ଜଗତସିଂହପୁର ରାସ୍ତାର ଡେଙ୍ଗାପୋଲ ଫକିରପଡା ଠାରେ ବିପରିତ ଦିଗରୁ ଏକ ଆଳୁବୋଝେଇ ଟ୍ରକ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବିଚିତ୍ରାନନ୍ଦ ଟ୍ରକ୍ ଚକାତଳେ ଚାପିହୋଇ ମୁଣ୍ଡ ଗଣ୍ଡି ଅଲଗା ହୋଇ ମୃତ୍ୟୁ ବରଣ କରିଥିବା ବେଳେ, ପତ୍ନୀ ଲିପିକା କିଛି ଦରୂରେ ଛିଟିକି ପଡି ଗୁରୁତର ହୋଇ ପଡିଥିଲେ। ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ôଚ ପ୍ରଥମେ ଗୁରୁତର ଲିପିକାଙ୍କୁ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳକୁ ପଠାଇ ଥିଲେ। ମୁଖ୍ୟ ଚିକିତ୍ସାଳୟରେ ଲିପିକା କିଛି ସମୟ ଚିକିତ୍ସା ହେବା ପରେ ମୃତ୍ୟୁବରଣ କରିଥିଲେ। ଏହି ଘଟଣାରେ ବାଲିକୁଦା ପୁଲିସ ଖବର ପାଇ ଘଟଣାସ୍ଥଳରୁ ମୃତ ବିଚିତ୍ରାନନ୍ଦଙ୍କୁ ପୋଷ୍ଟମଟମ ନିମନ୍ତେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଅପରାହ୍ନରେ ମୁଖ୍ୟ ଚିକିତ୍ସାଳୟରେ ମୃତ ଦମ୍ପତି(ସ୍ୱାମୀ ଓ ସ୍ତ୍ରୀ)ଙ୍କ ପୋଷ୍ଟମଟମ କରାଯାଇ ପୁଲିସ ସହାୟତାରେ ଦ୍ୱୟଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

.

error: Content is protected !!