ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଗଣତି-ମଣତି ପ୍ରକ୍ରିୟାର ପ୍ରଥମ ଦିନର କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଚଳନ୍ତି ଭଣ୍ଡାରର ଅଧିକାଂଶ ଅଳଙ୍କାରର ଗଣତି କରାଯାଇଥିବା ବେଳେ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଥିବା କିଛି ଅଳଙ୍କାର ଗଣତି ହୋଇପାରିନାହିଁ। ଶୁଭ ବେଳା ୧୨ଟା ୯ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୬ ଘଣ୍ଟା ଧରି ଏହି ପ୍ରକ୍ରିୟା ଚାଲିଥିଲା।ମଧ୍ୟରେ ନୀତି-କାନ୍ତି ପାଇଁ କିଛି ସମୟ ଗଣତି ବନ୍ଦ ରହିଥିଲା। ଗଣତି ସମୟରେ ଅଳଙ୍କାରର ଓଜନ ନେବା ସହ ଫଟୋଗ୍ରାଫି, ଭିଡିଓଗ୍ରାଫି ଏବଂ ତ୍ରିମାତ୍ରିକ (3D) ମ୍ୟାପିଙ୍ଗ କରାଯାଇଥିଲା।
ସେବାୟତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସ୍ବଚ୍ଛତାର ସହ କରାଯାଇଥିବା ବେଳେ ଶେଷରେ ଭଣ୍ଡାର ମେକାପଙ୍କୁ ଅଳଙ୍କାର ହସ୍ତାନ୍ତର କରାଯାଇଛି। ଏହି ସମୟରେ ଭିତର କଠାରୁ ଦର୍ଶନ ନିଷେଧ ରହିଥିବା ବେଳେ ଭକ୍ତମାନେ ବାହାର କଠାରୁ ଦର୍ଶନ କରିଥିଲେ।
ଏସଓପି ଅନୁଯାୟୀ ଅଳଙ୍କାର ସମ୍ପର୍କିତ କୌଣସି ବିବରଣୀ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ରହିଛି। ସମସ୍ତ ପର୍ଯ୍ୟାୟ ଶେଷ ପରେ ପ୍ରଶାସନ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ