ପାଣ୍ଡିଆନଙ୍କ ଖୋଲା ଅଫର


ପାଣ୍ଡିଆନଙ୍କ ଖୋଲା ଅଫର: ରେକର୍ଡ ମାର୍ଜିନରେ ଜିତାଅ, ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇଦେବି, ଯାହାବି କାମ ଥିବ କରିଦେବିସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି ପାଇଁ ବିଜେଡିର ଦ୍ୱିତୀୟ ସର୍ବେସର୍ବା ଭିକେ ପାଣ୍ଡିଆନ ଖୋଲା ଅଫର ଦେଇଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ଭୋଟ୍ ତୁଳନାରେ ଏଥର ରେକର୍ଡ ମାର୍ଜିନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇଲେ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚିତ କରାଇଦେବି, ଆଉ ଯାହାବି କାମ ଥିବ ତାକୁ ଜୋରଦାର କରିବି ।କିନ୍ତୁ ୫୦% ଭୋଟ୍ ନୁହେଁ ତା’ଠୁ ଅଧିକ ଭୋଟ୍ ବିଜେଡି ପ୍ରାର୍ଥୀଙ୍କୁ ମିଳିବା ଦରକାର । ଆଜି ଏଭଳି କିଛି ଢଙ୍ଗରେ କଟକ ଜିଲ୍ଲା ବିଜେଡିର ସକ୍ରିୟ କର୍ମୀ,ଦଳୀୟ ପଦାଧିକାରୀ, ଓ ନିର୍ବାଚିତ ଜନପ୍ରତିନିଧି (ସରପଂଚଠୁ ବିଧାୟକ ପର୍ଯ୍ୟନ୍ତ)ମାନଙ୍କୁ ଖୋଲା ଆହ୍ୱାନ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ । ତେବେ ଏହି କାର୍ଯ୍ୟକ୍ରମରେ ଦଳର ସାଂସଦ ଭର୍ତ୍ତୃହରି ମହତାବ ଅନୁପସ୍ଥିତ ରହିଥିଲେ ।କଟକସ୍ଥିତ ଉପର ବାଲିଯାତ୍ରା ପଡ଼ିଆରେ ଜିଲ୍ଲା ବିଜେଡି ପକ୍ଷରୁ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଧନ୍ୟବାଦ କାର୍ଯ୍ୟକ୍ରମରେ ଦଳୀୟ କର୍ମୀ ଓ ପଦାଧିକାରୀମାନଙ୍କୁ ସମ୍ବୋଧିତ କରି ପାଣ୍ଡିଆନ କହିଥିଲେ ଯେ, କଟକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି । ଅବଶ୍ୟ କଟକରେ ବିଜେଡି ସୁଦୃଢ଼ ସ୍ଥିତିରେ ଅଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ହୋଇଥିବାରୁ ୫୦ପ୍ରତିଶତ ଭୋଟ୍ ହାର ନୁହେଁ ଏହାଠୁ ବେଶୀ ଭୋଟ୍ ହାର ବିଜେଡି ସପକ୍ଷରେ ଆଗାମୀ ସାଧାରଣ ନିର୍ବାଚନରେ ହେବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିଲା ଭଳି ଭୋଟ୍ ହାର ଯେମିତି ହେବ ସେଥିପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଦଳୀୟ କର୍ମୀ ଓ ପଦାଧିକାରୀମାନଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ, ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଏଥର ଅଧିକ ପରିମାଣର ବା ରେକର୍ଡ ପରିମାଣର ଭୋଟ୍ ମାର୍ଜିନ ଯେଉଁଠି ହେବ ସେଠାର କର୍ମୀ ଓ ନେତାଙ୍କୁ ନବୀନ ନିବାସ ଡକାଇ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚିତ କରାଇବି । ଆଉ ତାଙ୍କର ଯାହାବି କାମ ଥିବ ତାକୁ ଜୋରଦାର କରାଯିବ । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କେଉଁ ପଂଚାୟତ ଓ କେଉଁ ବୁଥରେ କେତେ ଭୋଟ୍ ମିଳିଥିଲା ତାହା ସେ ଜାଣନ୍ତି । ତେଣୁ ୨୦୨୪ରେ ଏସବୁକୁ ପଛରେ ପକାଇ ରେକର୍ଡ ମାର୍ଜିନ ଭୋଟ ଦଳୀୟ ପ୍ରାର୍ଥୀଙ୍କୁ ମିଳିବ ବୋଲି ସେ ଉପସ୍ଥିତ କର୍ମୀମାନଙ୍କୁ ଟାସ୍କ ଦେଇଛନ୍ତି । ଏଭଳି ଚ୍ୟାଲେଞ୍ଜ ଆପଣମାନେ ଗ୍ରହଣ କରିବାକୁ ପ୍ରସ୍ତୁତ ତ ବୋଲି ପାଣ୍ଡିଆନ ପ୍ରଶ୍ନ କରିଥିଲେ । ଯାହାକୁ ଉପସ୍ଥିତ ଦଳୀୟ କର୍ମୀ ଓ ପଦାଧିକାରୀମାନେ ସ୍ୱାଗତ କରିଥିଲେ । ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଇଁ ଦିନରାତି କାମ କରୁଛନ୍ତି । ଆପଣମାନେ ବି ତାଙ୍କର ସମ୍ମାନ ରଖିବା ପାଇଁ କାର୍ଯ୍ୟ କରିବେ ବୋଲି ଯେମିତି ଅନୁଭବ କରିବି ।ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଶ୍ରୀ ମହତାବ ଅନୁପସ୍ଥିତ ଥିଲେ । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶୀଷ ସାମନ୍ତରାୟ କହିଛନ୍ତି ଯେ,ତାଙ୍କୁ ନବୀନ ନିବାସରୁ ଫୋନ୍ କରି ଡକାଯାଇଥିଲା ମାତ୍ର ସେ ନିଜର ବ୍ୟକ୍ତିଗତ କାର୍ଯ୍ୟ ଥିବା ଦର୍ଶାଇ ଅନୁପସ୍ଥିତ ଅଛନ୍ତି ।ସୂଚନାଯୋଗ୍ୟ, ପାଣ୍ଡିଆନ ସେହି କଟକ ବାଲିଯାତ୍ରା ପଡ଼ିଆରେ ନୂଆ-ଓ ଯୁବଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଭାବବିନିମୟ କରିଥିଲେ ।


error: Content is protected !!