March 28, 2026

Now Odisha

Now Odisha

କାଉଗୁଡା ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Spread the love

ଲାଞ୍ଜିଗଡ଼,୨୭/୩ : ଲାଞ୍ଜିଗଡ଼ ବ୍ଲକ କାଉଗୁଡାସ୍ଥିତ ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରIଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ପିଏ ଆଇଟିଡିଏ ପ୍ରଦ୍ୟୁମ୍ନ କୁମାର ଦାସ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହେମସାଗର ମହାନନ୍ଦ, ତପିମଣି ଜାନୀ, ଜିଲ୍ଲା କ୍ରୀଡ଼ା ଶିକ୍ଷାଧିକାରୀ ରୂପସିଂ ରାଉତ, ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ସୁରେଶ ଚନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି କଳାକୃଷ୍ଣ ଶବର, ବରିଷ୍ଠ ଶିକ୍ଷକ ସୂର୍ଯ୍ୟନାରାୟଣ ପଣ୍ଡା, ଅଶୋକ କୁମାର ପ୍ରମୁଖ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ସର୍ବ ପ୍ରଥମେ ଗଜାନନ ଶ୍ରୀ ଗଣେଶଙ୍କ ଫୋଟରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା I ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ବାଗତ ଅଭିଭାଷଣ ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ପୂର୍ବରୁ ବିଭିନ୍ନ କ୍ଷେତ୍ରରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଆକର୍ଷଣୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷିତ ହୋଇଥିଲା। ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଖେଳ ଶିକ୍ଷକ ଲମ୍ବୋଦର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶିକ୍ଷକ ସତ୍ୟବାଦୀ ନାଏକ, ନରେଶ ସାହୁ, ହିମାଞ୍ଚଳ ପୂଜାରୀ, ଜଗନ୍ନାଥ ନାୟକ, ସନ୍ଦୀପ ମିଶ୍ର, କୋକିଳ ଶବର, ପ୍ରଶାନ୍ତ ପ୍ରଧାନ, ଅରୁଣ କୁମାର ପଣ୍ଡା, ଆଲୋକ ମହାକୁଡ଼, ଅଞ୍ଜଳି ସାହୁ, ନମିତା ମାଝୀ, ପଦ୍ମିନୀ ସାହୁ, ସବିତା ଜଗତ, ରଶ୍ମିତା ସାହୁ, ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବିଦ୍ୟାଳୟର କର୍ମଚାରୀ ମମତା ନାଏକ, ସଂକୀର୍ତ୍ତନ ଶବର, କ୍ଷୀରାବ୍ଧି ଯୁଆଡ଼, ସମାଜ ଶବର, ସୁନା ମାଝୀ, ସୁଦର୍ଶନ ପାତ୍ର, ଚମ୍ପା ମାଝୀ, ଗୋପୀମଣି ଶବର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

error: Content is protected !!