ଲାଞ୍ଜିଗଡ଼,୨୮/୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ୨ ଜଣ ତୀରନ୍ଦାଜ ପ୍ରତିଯୋଗୀ ଗୁଣ୍ଟୁର ଗସ୍ତ କରିଛନ୍ତି I ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସ୍ଥିତ ନାମ୍ବୁରୁ ଭାସିରେଡି ଭେଙ୍କଟIଦ୍ରି ଆନ୍ତର୍ଜାତୀୟ ବୈଷୟିକ ବିଶ୍ୱବିଦ୍ୟାଳୟ ଠାରେ ୨୬ ମାର୍ଚ୍ଚ ରୁ ୭ ଏପ୍ରିଲ ପର୍ଯ୍ୟନ୍ତ ହେବାକୁ ଥିବା ୭ମ ଏନଟିପିସି ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ୧୦ ବର୍ଷରୁ କମ ବର୍ଗରେ ଭାଗ ନେବା ପାଇଁ ଏହି ୨ ଜଣ ତୀରନ୍ଦାଜ ପ୍ରତିଯୋଗୀ ଶୁକ୍ରବାର ଗୁଣ୍ଟୁର ଗସ୍ତ କରିଛନ୍ତି I ଏହି ୨ ଜଣ ପ୍ରତିଯୋଗୀ ମଧ୍ୟରୁ ୧୦ ବର୍ଷରୁ କମ ବର୍ଗ ବାଳକ ବିଭାଗ ଲାଞ୍ଜିଗଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଦ୍ୟୁମ୍ନ ଲେଙ୍କା ଏବଂ ୧୦ ବର୍ଷରୁ କମ ବର୍ଗ ବାଳିକା ବିଭାଗ ଡ଼ିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ର ସିନ୍ଧୁ ତନୟା ନାୟକ ଅଟନ୍ତି I ଏହି ପ୍ରତିଯୋଗୀ ମାନେ ଲାଞ୍ଜିଗଡ ତୀରନ୍ଦାଜ କୋଚ ସିମାଞ୍ଚଳ କାଡରକା ଓ ଶମ୍ବୁନାଥ ପରିଡାଙ୍କ ନେତୃତ୍ୱରେ ପ୍ରତିଯୋଗୀମାନେ ଗସ୍ତ କରିଛନ୍ତି I ସୂଚନା ଥାଉକି ଏହି ପ୍ରତିଯୋଗୀମାନେ ଗତବର୍ଷ ଡିସେମ୍ବର ୨୭ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୨ୟ ରାଜ୍ୟ ୧୦ ବର୍ଷରୁ କମ ବର୍ଗର ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶାର କଟକ ସ୍ଥିତ କୁରଙ୍ଗ ଶାସନ ମିନି ଷ୍ଟାଡିୟମ ଠାରେ ଯାଇ ୧୦ ବର୍ଷରୁ କମ ବାଳିକା ବିଭାଗରେ ଗୋଟିଏ କାଂସ୍ୟ ପଦକ ହାସଲ କରିଥିବା ବେଳେ ୧୦ ବର୍ଷରୁ କମ ବାଳକ ବିଭାଗରେ ୪ର୍ଥ ସ୍ଥାନ ହାସଲ କରିବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ I ଓଡିଶା ରାଜ୍ୟ ତୀରନ୍ଦାଜ ସଙ୍ଘ ତତ୍ତ୍ବାବଧାନରେ ଏହି ପ୍ରତିଯୋଗୀ ମାନେଗସ୍ତ କରୁଥିବା ବେଳେ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ମାନବିନ କୌର, ଡିଏଭି ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଲାଞ୍ଜିଗଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାମାଧବ ରଥ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଓ ଖେଳାଳିଙ୍କ ପରିବାର ଖେଳାଳିଙ୍କୁ ସମ୍ବଦ୍ଧନା ଦେବା ସହ ସଫଳତା ପାଇଁ କାମନା କରିଛନ୍ତି ।
(କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରୁ ରମେଶ ଚନ୍ଦ୍ର ନାୟକଙ୍କ ଖବର)

More Stories
କାଉଗୁଡା ପିଏମଶ୍ରୀ ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ସଭା
କଟକ ଜିଲ୍ଲା ଅବକାରୀ ବିଭାଗ ଜବତ କଲା ଗଞ୍ଜେଇ।