ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ ଖବର


ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ ଖବର। ଏଣିକି ୟୁପିଆଇରେ ନେଣଦେଣ କଲେ ଲାଗିବ ଚାର୍ଜ। ସାଧାରଣତଃ ଆଜିକାଲି ଟଙ୍କା କାରବାର କରିବା ଲାଗି ଅନଲାଇନ ଆପର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏହାର ବ୍ୟବହାର ସହଜ ହେବା ସହ ସୁରକ୍ଷିତ ମଧ୍ଯ ହୋଇଥାଏ। ତେବେ ଯଦି ଆପଣ ବି ଏହି ଆପ ମାଧ୍ୟମରେ ଟଙ୍କା ନେଣଦେଣ କରୁଛନ୍ତି ତାହାଲେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ମୁଖ୍ୟ ଦିଲ୍ଲୀପ ଅସବେ କହିଛନ୍ତି ଯେ, ଆସନ୍ତା ତିନି ବର୍ଷମଧ୍ୟରେ ବୃହତ ବ୍ୟବସାୟୀଙ୍କୁ ୟୁପିଆଇ ଭିତ୍ତିକ ଦେୟ ପାଇଁ ଯୁକ୍ତିଯୁକ୍ତ ଶୁଳ୍କ ଦେବାକୁ ପଡିବ।


error: Content is protected !!