March 28, 2026

Now Odisha

Now Odisha

ଭଦ୍ରକ ଓକିଲ ସଂଘର ନୂଆ ସଭାପତି ଅରୁଣ ଚାନ୍ଦ ଓ ସମ୍ପାଦକ ଭାବେ ପୂର୍ଣ୍ଣଚନ୍ଦ୍ର ମହାନ୍ତି ନିର୍ବାଚିତ |

Spread the love

ଆଜି ଭଦ୍ରକ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବରେ ବରିଷ୍ଠ ଅଧିବକ୍ତା ଅରୁଣ ଚାନ୍ଦ୮୧ ଖଣ୍ଡ ଭୋଟରେ ଜିତିଛନ୍ତି। ସେ ମୋଟ ୪୪୨ ଖଣ୍ଡ ଭୋଟ ପାଇଥିବା ବେଳେ, ତାଙ୍କୁ ପ୍ରତିଦ୍ୱନ୍ଦିତା କରୁଥିବା ଶଶୀଭୁଷଣ ପଣ୍ଡା ୩୬୧ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ୫୩୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦୀ ସୂର୍ଯ୍ୟକାନ୍ତ କୁଅଁର ୨୮୬ ଖଣ୍ଡ ଭୋଟ ପାଇଛନ୍ତି।ସେହିପରି ଉପସଭାପତି ଭାବରେ ବୁଦ୍ଧିରାମ ସେନାପତି ୩୩୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦୀ ମନୋରଞ୍ଜନ ଦାସ ୩୧୮ ଓ ଅନ୍ୟତମ ପ୍ରତିଦ୍ୱନ୍ଦୀ ଅଶୋକ କୁମାର ନାୟକ ମୋଟ ୧୨୭ ଖଣ୍ଡ ଭୋଟ ପାଇଛନ୍ତି। ଯୁଗ୍ମ ସମ୍ପାଦକ ଭାବରେ ଜିତିଥିବା ରଞ୍ଜନ ପଣ୍ଡା ମୋଟ ୪୩୭ ଖଣ୍ଡ ଭୋଟ ପାଇଛନ୍ତି ଓ ତାଙ୍କ ପ୍ରତିଦ୍ୱନ୍ଦୀ ନିକୁଞ୍ଜ ପୁହାଣ ୩୨୭ ଖଣ୍ଡ ଭୋଟ ପାଇଛନ୍ତି। ସହକାରୀ ସମ୍ପାଦକ ଭାବରେ ଜିତିଥିବା ବିଶ୍ୱଜିତ ରାଉତ ମୋଟ ୪୯୩ ଖଣ୍ଡ ଭୋଟ ପାଇଥିବା ବେଳେ , ତାଙ୍କର ପ୍ରତିଦ୍ୱନ୍ଦୀ ଗିରିଜା ଶଙ୍କର ଦାସ ୨୭୮ ଖଣ୍ଡ ଭୋଟ ପାଇଛନ୍ତି। କୋଷାଧ୍ୟକ୍ଷ ଭାବରେ ସୁରେନ୍ଦ୍ର କର ୪୨୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରତାପ ସେଠି ୩୭୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। କାର୍ଯ୍ୟକାରୀ ସଦସ୍ୟ ଭାବରେ ଦୁଇ ଗୋଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପୂର୍ବରୁ ନିର୍ଦୋନ୍ଦ୍ୱରେ ଉସଶ୍ରୀ ବାରିକ ଓ ରୁକ୍ମିଣୀ ଘଡେଇ ଜିତି ସାରିଛନ୍ତି। ତେବେ ପୁରୁଷମାନଙ୍କ ପାଇଁ ଥିବା ଏକମାତ୍ର ପଦବୀରେ ବିଚିତ୍ର ଜେନା ଜିତିଛନ୍ତି। ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଭଦ୍ରକ ଓକିଲ ସଂଘର ବରିଷ୍ଠ ଓ କନିଷ୍ଠ ଓକିଲଙ୍କ ପକ୍ଷରୁ ସ୍ୱାଗତ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

error: Content is protected !!