ଭୁବନେଶ୍ଵର : ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ବଡ ବୟାନ ରଖିଲେ ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ରତ୍ନଭଣ୍ଡାର ଗଣତିମଣତି କଥା ମୁଁ ଜାଣି ନାହିଁ ବୋଲି କହିଛନ୍ତି ଶଙ୍କାରଚାର୍ଯ୍ୟ। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ମୋତେ କିଛି ସୂଚନା ଦେଇ ନାହାନ୍ତି କି ମୋତେ କିଛି ପଚାରି ନାହାନ୍ତି ।ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ ମନ୍ଦିରର ଯେକୌଣସି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା କଥା। ତାହା ସେମାନେ କରୁ ନାହାନ୍ତି ବୋଲି ଶଙ୍କାରଚାର୍ଯ୍ୟ କହିଛନ୍ତି। ମାନୋ ୟା ନମାନୋ ମେ ତେରା ମେହମାନ ଭଳି କାମ କରୁଛନ୍ତି । ଭୁବନେଶ୍ଵର ଜାଗମରା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଶଙ୍କାରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ।

More Stories
ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଶିଶୁ ଝିଅ ।
ବିଦେଶରୁ ଫେରି ତୁରନ୍ତ ମନ୍ତ୍ରୀ ପରିଷଦ ବୈଠକ ଡ଼ାକିଲେ ପ୍ରଧାନମନ୍ତ୍ରୀ
ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା |