ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍ଘାଟିତ ହୋଇଯାଇଛି।
ଜିଲା କବାଡ଼ି ଖେଳାଳି ସଂଘ ସଭାପତି ହରିଶ ଅହୀରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟଅତିଥି, ସିଆର୍ପିଏଫ୍ କମାଣ୍ଡାଣ୍ଟ ଏରିକ ଗିଲବଟ ଯୋଶ ସ୍ବତନ୍ତ୍ର ଅତିଥି ଓ ଖରିଆରରୋଡ଼ ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ, ଜିଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର, ଜିଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ, ଓଡ଼ିଶା କ୍ରିକେଟ ସଂଘ ସଦସ୍ୟ ସରୋଜ ସାହୁ, ବରିଷ୍ଠ କଂଗ୍ରେସ ନେତା ରବି ମଙ୍ଗରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଉଦ୍ଘାଟନୀ ମ୍ୟାଚ ସାହୁ ବ୍ରଦର୍ସ ଓ ଉମେଶ ୟୁ ମୁମ୍ବା ଦଳ ମଧ୍ୟରେ ହୋଇଥିଲା। ଏଥିରେ ଉମେଶ ୟୁ ମୁମ୍ବା ଦଳ ବିଜୟୀ ହୋଇଥିଲା।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…